ପରୀକ୍ଷା ବାତିଲ ସହିତ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ବିରୋଧ କରି ଛାତ୍ରଛାତ୍ରୀମାନଙ୍କ ଧାରଣା : ଚେତାଶୂନ୍ୟ ହେଲେ ଛାତ୍ରୀ

add-all


ବ୍ରହ୍ମପୁର : ପରୀକ୍ଷା ବାତିଲ ସହିତ ପରୀକ୍ଷା କେନ୍ଦ୍ର ପରିବର୍ତନ କୁ ବିରୋଧ କରି ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଧାରଣା ବେଳେ ଚେତାଶୂନ୍ୟ ହେଲେ ଛାତ୍ରୀ । ଆଜି ଆନ୍ଦୋଳନ ର ସପ୍ତମ ଦିନରେ ମଧ୍ୟ ଅବ୍ୟାହତ ରହିଛି। ତୃତୀୟ ସେମିଷ୍ଟାର ପରୀକ୍ଷା ବାତିଲ ସହ ପରୀକ୍ଷା କେନ୍ଦ୍ର ପରିବର୍ତନ ବିରୋଧ କରି କଲେଜ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ବର୍ଷ ଧରି. ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେଉଥିବା ବେଳେ ଏବେ ହଠାତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଏଲ ଏଲ ଏମ ରେ ଅଧ୍ୟୟନରତ 23 ଜଣ ଛାତ୍ରଛାତ୍ରୀ ପରୀକ୍ଷା ବର୍ଜନ କରିଥିବା କହିଛନ୍ତି। ତେବେ ଏହି ଆନ୍ଦୋଳନ କୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ପୀତବାସ ପଣ୍ଡା।ଛାତ୍ରଛାତ୍ରୀ ଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବା ପାଇଁ କଲେଜ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ର ଗାରିମାକୁ କ୍ଷୁର୍ଣ୍ଣ କରିବା ପାଇଁ ଯେଉଁ ଅପଚେଷ୍ଟା ହୋଇଛି ତୁରନ୍ତ ଏହାଠାରୁ କ୍ଷାନ୍ତ ରହିବା ପାଇଁ ଚେତାବନୀ ଦେଇଛନ୍ତି।ଯଦି ଦାବି ପୁରଣ ନ ହେଲେ ଆଗାମୀ ଦିନରେ ସମସ୍ତ ଗଣ ସଙ୍ଘଠନ ଙ୍କୁ ନେଇ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।ତେବେ ଦୀର୍ଘ ସମୟ ଧରି କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିବା ସମୟରେ ଜଣେ ଛାତ୍ରୀ ଅଚେତ ହୋଇ ପଡ଼ିଥିଲେ।ଯାହାକୁ ନେଇ ଆଇନଜୀବୀ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ad-week
Leave A Reply

Your email address will not be published.