ବିଷାକ୍ତ ଏମୋନିଆ ପ୍ଲାଣ୍ଟକୁ ବନ୍ଦକର : ମାନବ ଅଧିକାର ସୁରକ୍ଷା ମଞ୍ଚ…

add-all

ବ୍ରହ୍ମପୁର : ଛତ୍ରପୁର ବ୍ଳକର କାଳୀପଲ୍ଲୀ ଗ୍ରାମକୁ ଲାଗିରହିଥିବା ଟାଟା କମ୍ପାନୀ କବଜାରେ ଥିବା ଜମିରେ ଏକ ବିଷାକ୍ତ ପ୍ରଦୂଷଣକାରୀ ଏମୋନିଆ ପ୍ଲାଣ୍ଟ ନିର୍ମାଣ କାଳୀପଲ୍ଲୀ ସମେତ ଆଖପାଖ ୨୦ଟି ଗ୍ରାମର ଗ୍ରାମବାସୀଙ୍କ ପାଇଁ ବିଷାକ୍ତ ବଳୟ ସୃଷ୍ଟି କରିବ l ଟାଟା କମ୍ପାନୀ ଭଡ଼ା ସୂତ୍ରରେ ଆଉ ଏକ ଘରୋଇ କମ୍ପାନିକୁ ଜମିଦେବା ଓ ଜିଲ୍ଲା ପ୍ରଶାସନ ଟାଟା କମ୍ପାନୀର ସ୍ୱାର୍ଥରେ ଗାଁର ପାଣି,ପବନ,ମାଟି ଓ ସ୍ଵାସ୍ଥ୍ୟ ହାନୀକାରକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ନିରୀହ ଗ୍ରାମବାସୀଙ୍କୁ ଗିରଫ କରିବା ଏକ ବେଆଇନ୍,ଅନୈତିକ ଓ ଜନବିରୋଧୀ ପଦକ୍ଷେପ ଅଟେ । ଦୀର୍ଘ ଦୁଇ ଦଶନ୍ଧି ଉର୍ଦ୍ଧରୁ ଷ୍ଟିଲ ପ୍ଲାଣ୍ଟ ନାଁ ରେ ଟାଟା କମ୍ପାନୀ କବଜାରେ ଥିବା ଜମିକୁ ପୁନଃ ଲୋକଙ୍କୁ ଫେରାଇବା ଦାବି ହେଉଥିବା ବେଳେ ଏହି ଅଧିକୃତ ଜମିକୁ ନେଇ ଆଉ ଏକ ନୂତନ ଷଡଯନ୍ତ୍ର ଆରମ୍ଭ କରିଛନ୍ତି ରାଜ୍ୟ ସରକାର l ଏହି ବିଷାକ୍ତ କାରଖାନା ପ୍ରସ୍ତାବକୁ ପ୍ରତ୍ୟାହାର କରିବାପାଇଁ ସ୍ଥାନୀୟ ଗ୍ରାମବାସୀ ଆନ୍ଦୋଳନ କରୁଥିବା ବେଳେ ଆନ୍ଦୋଳନକୁ ଭଣ୍ଡୁର କରିବା ଉଧେଶ୍ୟରେ ସାମାନ୍ୟ କଥାକୁ ନେଇ ନିରୀହ ଗ୍ରାମବାସୀଙ୍କୁ ଗିରିଫ କରି ଜେଲ ପଠାଯାଇଛି l ଜନମତକୁ ଗୋଇଠା ମାରି ପୋଲିସ ବାହିନୀ ଦ୍ଵାରା ଜବରଦସ୍ତ ପାଚେରୀ ନିର୍ମାଣକୁ ବିରୋଧ କରିଥିବା ଗ୍ରାମ ବାସୀଙ୍କୁ ଜେଲରେ ରଖିବା ଏକ ଅଗଣତାନ୍ତ୍ରିକ ପଦକ୍ଷେପ ଅଟେ l ସୂଚନାଯୋଗ୍ୟ ଯେ,
ଏହି ପ୍ରସ୍ତାବିତ ପ୍ରକଳ୍ପ କୁ ଲାଗି ଜନବସତି ନାହିଁ ବୋଲି ମିଥ୍ୟା ତଥ୍ୟ ଦେଇ ପରିବେଶ ମଞ୍ଜୁରୀ ପାଇଛି ପ୍ରକଳ୍ପ। ସରକାର ତୁରନ୍ତ ଏପରି ଜୀବନ ଜୀବିକା ନଷ୍ଟକରୁଥିବା ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କରି ଅନ୍ୟାୟ ଭାବେ ଗିରଫ କରାଯାଇଥିବା ନିରୀହ ଗ୍ରାମବାସୀଙ୍କୁ ମୁକ୍ତ କରିବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ଏକ ପ୍ରେସ ବିବୃତି ମାଧ୍ୟମରେ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.