ଘରୋଇ ବସରୁ ଗଞ୍ଜେଇ ଜବତ…

add-all

:

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବଢିବାରେ ଲାଗିଛି ଗଞ୍ଜେଇ ଚୋରାଚାଲାଣ । ଗଞ୍ଜେଇ ମାଫିଆମାନେ ଭିନ୍ନ ଭିନ୍ନ ଉପାୟରେ ସବୁଜ ଜହରର ଚୋରା କାରବାର କରୁଛନ୍ତି l ଯାହା ସୁଚନା ରହିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଧିକାରୀ ଗେଲ୍ଲି କୁମାରୀ ସାହୁ ଏବଂ ସହକର୍ମୀ ମିଳିତ ଭାବେ ଆଜି କୌଣସି ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଫୁଲବାଣୀ ଠାରୁ ଭୁବନେଶ୍ଵର ଯାଉଥିବା ମଧୁସ୍ମିତା ଓଡି ୦୨ ବି ଏଚ ୫୨୬୭ ବସ ଉପରେ ଅତର୍କିତ ଭାବେ ଥାନା ସାମ୍ନାରେ ଚଢ଼ାଉ କରିଥିଲେ l ଏହି ବସରୁ ସାତରୁ ଆଠ ଜଣଙ୍କୁ ସନ୍ଦିଗ୍ଧ ଭାବେ ଥାନାକୁ ନେବା ସହ ଆନୁମାନିକ ୫୦ କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ ହୋଇଥିବା ଉପସ୍ଥିତ ଥିବା ଲୋକଙ୍କ ଠାରୁ ଜଣାପଡିଛି l ଏହି ଘଟଣାରେ ବସର ଡ଼୍ରାଇଭର ,କଣ୍ଡକ୍ଟର ,ହେଲ୍ପର କୁ ମଧ୍ୟ ଅଟକ ରଖି ପଚରା ଉଚରା ଚାଲିଥିବା ଦେଖା ଯାଇଛି l ଏହି ଘଟଣାକୁ ଫୁଲବାଣୀ ଏସ ଡିପିଓ ସୁପ୍ରସନ ମଲ୍ଲିକ ତଦାରଖ କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି l ପ୍ରକୃତରେ କେତେଜଣ ଏହି ଚୋରା ଚାଲାଣରେ ସମ୍ପୃକ୍ତ ତଦନ୍ତ ପରେ ଜଣାପଡିବ ବୋଲି ଥାନା ଅଧିକାରୀ ଶ୍ରୀମତୀ ସାହୁ କହିଛନ୍ତି l

ad-week
Leave A Reply

Your email address will not be published.