ବ୍ଳକ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପାନୀୟ ଜଳ ସମସ୍ୟା ନେଇ ବିଡିଓଙ୍କୁ ସ୍ମାରକ ପତ୍ର…

add-all

ଦାରିଙ୍ଗବାଡ଼ି (୨୦/୨) : ଦାରିଙ୍ଗବାଡ଼ି ବ୍ଳକ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବ୍ଳକର ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ନେଇ ଆଜି ବିଡିଓଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିବା ଜଣା ପଡ଼ିଛି। ସୂଚନା ମୁତାବକ ଗ୍ରୀଷ୍ମପ୍ରବାହ ଆରମ୍ଭରୁ ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତର ଅନେକ ଗ୍ରାମରେ ପାନୀୟ ଜଳ କଷ୍ଟ ଦେଖାଦେଲାଣି । ଏଥିପାଇଁ ଜୀବିକା ସୁରକ୍ଷା ମଞ୍ଚ ନେତୃତ୍ୱରେ ଜଳ କଷ୍ଟ ଆରମ୍ଭ ହୋଇଥିବା ଗ୍ରାମର ମହିଳା ଓ ପୁରୁଷ ଏକ ରାଲିରେ ବାହାରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଲିଖିତ ସ୍ମାରକ ପତ୍ର ବିଡିଓ ଗଦାଧର ପାତ୍ରଙ୍କୁ ପ୍ରଦାନ କରି ବିଭିନ୍ନ ଗ୍ରାମର ମହିଳାମାନେ ପାନୀୟ ଜଳ ସମସ୍ୟା ନେଇ ଆଲୋଚନା କରି ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ବିଡିଓ ଏହି ଦିଗରେ ତତ୍ପର ଥିବା କହିବା ସହିତ କେଉଁ ଗ୍ରାମରେ କିଭଳି ପାନୀୟ ଜଳ ସମସ୍ୟା ରହିଛି ସେହି ସମ୍ପର୍କରେ ସୂଚନା ଦେବାକୁ ଜୀବିକା ସୁରକ୍ଷା ମଞ୍ଚକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜୀବିକା ସୁରକ୍ଷା ମଞ୍ଚର କର୍ମୀ ବିଳାସିନି ନାୟକ, ରାଜୀବ ମଲିକ ସହିତ ପଞ୍ଚାୟତ ସ୍ତରୀୟ କର୍ମୀ ନେତୃତ୍ୱ ନେଇଥିଲେ। ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ପୋଲିସ ବାହିନୀ ମୁତୟନ ରହିଥିଲେ।

ad-week
Leave A Reply

Your email address will not be published.