
ସୁନ୍ଦରଗଡ଼ -:ସୁନ୍ଦରଗଡ଼,ସରଫଗଡ଼ ପ୍ରକୃତି ପର୍ଯ୍ୟଟନ ନିବାସରେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ଇକୋ କ୍ଲବ୍ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ପ୍ରାକୃତିକ ଶିବିର ଗତକାଲି ଆୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ମୁଖ୍ୟଅତିଥି ଭାବେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଡ. ପ୍ରଦୀପ ମିରାସେ ଯୋଗ ଦେଇ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟକ୍ଷ ଡ. ଲଳିତରଞ୍ଜନ ସାହୁ ପରିବେଶ ସମ୍ପର୍କିତ ସବିଶେଷ ଆଲୋଚନା କରି କହିଥିଲେ, ‘ମୃତ୍ତିକ ହେଉଛି ଜୀବନର ଉତ୍ସ, ତେଣୁ ଏହାର ସୁରକ୍ଷା ସବୁମତେ ଉଦ୍ୟମ ହେବା ଆବଶ୍ୟକ’। ଇକୋ କ୍ଲବ୍ ପରିଚାଳକ ତଥା ଆୟୋଜକ ଡ. ରତ୍ନେଶ ରଞ୍ଜନ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଶିବିରରେ କୋଇଡ଼ା ରୁଙ୍ଗଟା ଖଣିର ଜଳବାୟୁ ବିଶେଷଜ୍ଞ ଡ. ପୃଥ୍ବୀରାଜ ସାହୁ ମୁଖ୍ୟ ଆଲୋଚକା ଭାବେ ଯୋଗ ଦେଇ ‘ଜୀବଜଗତର ସୁରକ୍ଷିତ ଜୀବନ ପାଇଁ ପ୍ରକୃତିକୁ ବଞ୍ଚାଇ ରଖିବା ଜରୁରୀ’ ବୋଲି କହିଥିଲେ। ଉଦ୍ୟାନ କୃଷି ବିଭାଗ ଅଧିକାରୀ ଚାରାରୋପଣ ଓ ଏହାର ରକ୍ଷଣାବେକ୍ଷଣ ଉପରେ ଆଲୋକପାତ କରିଥିଲେ। ଏହି ପରିପ୍ରେକ୍ଷିରେ ସାଧାରଣଜ୍ଞାନ ଓ ‘ପ୍ରାକୃତିକ ସମ୍ପଦର ସୁରକ୍ଷାରେ ଯୁବ ସମାଜର ଦାୟିତ୍ବ’ ଶୀର୍ଷକ ପ୍ରବନ୍ଧ ଓ ‘ଆମ ପ୍ରାକୃତିକ ସରଫଗଡ଼ ଶିବିର’ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାଧାରଣଜ୍ଞାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଗୌରବ ପ୍ରସାଦ ରଥ, ଶ୍ରୁତିସ୍ବର୍ଣ୍ଣପ୍ରଭା ବାଦି, ପ୍ରିୟାଂଶୁ ଭୋଇ, ଶୁଭଶ୍ରୀ ପଟେଲ, ସୁଜିତ କୁମାର ଗିରି, ଚିତ୍ରାଙ୍କନରେ ଯସ୍ମିନ ମିଶ୍ର, ଦୀପ୍ତିପ୍ରଭା ପ୍ରଧାନ, ଅନୁସୟା ମଲ୍ଲିକ, ପ୍ରୀତିସୁଧା ବଡ଼ପଣ୍ଡା, ପ୍ରବନ୍ଧରେ ରାଜଶ୍ରୀ ହୋତା, ତୁଳସୀ ତାଣ୍ଡିଆ, ନରେଶ ବଲ୍ଲଭ ସାହୁଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ମହାବିଦ୍ୟାଳୟର ବିଭାଗ ଅଧିକାରୀ ପ୍ରଦୀପ କୁମାର ବହିଦାର ଧନ୍ୟବାଦ ଦେଇଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼