ରାଜ୍ୟରେ ପ୍ରଥମ ୫- ଟି ରୂପାନ୍ତରିତ ସ୍କୁଲରେ ଖୋଲିଲା ଭାର୍ଚୁଆଲ ରିଆଲିଟି ଲ୍ୟାବ…

ଖୋଲିବ ଟିଚର ବାରାକ : ଗଣଶିକ୍ଷା ମନ୍ତ୍ରୀ

add-all


ସାରା ରାଜ୍ୟ ପାଇଁ ଅନୁକରଣୀୟ…..

ଫୁଲବାଣୀ:-ରାଜ୍ୟ ସରକାର ୫- ଟି ଅଧୀନରେ ରାଜ୍ୟର ମାଧ୍ୟମିକ ସ୍କୁଲ ଗୁଡ଼ିକର ରୂପାନ୍ତରଣ କରିଛନ୍ତି। ତେବେ କନ୍ଧମାଳ ଜିଲ୍ଲାରେ ଏହି ପରିପେଖିରେ ଟିକେ ଭିନ୍ନ ତଥା ନିଆରା କରାଯାଇଛି। ଫୁଲବାଣୀ ଏଜେଓ ହାଇସ୍କୁଲ ଠାରେ ଖୋଲାଯାଇଛି ଭାର୍ତୁଆଲ ରିଆଲିଟୀ ଲ୍ୟାବ,ଯାହାକି ରାଜ୍ୟରେ ପ୍ରଥମ। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏହି ଲ୍ୟାବକୁ ଉଦ୍ଘାଟନ କରିବା ସହିତ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଏହି ଅଭିନବ ପ୍ରୟାସ ପାଇଁ ପ୍ରଶଂସା କରିଛନ୍ତି। ଏପରି ବ୍ୟବସ୍ଥା ରାଜ୍ୟର ସବୁ ରୂପାନ୍ତରିତ ସ୍କୁଲରେ ପ୍ରୟୋଗ କରିବାକୁ ଚିନ୍ତା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ଦାସ। ଏହା ଭିନ୍ନ ମାଓ ପ୍ରଭାବିତ ଅଞ୍ଚଳରେ ଶିକ୍ଷକ ମାନଙ୍କ ସୁବିଧା ଓ ରହଣି ପାଇଁ ଟିଚର୍ ବାରାକ ନିର୍ମାଣ ପାଇଁ ପାଇଲଟ୍ ପ୍ରୋଜେକ୍ଟ ଭାବେ ସ୍ୱାଭିମାନ ଅଞ୍ଚଳରେ କାମ ଚାଲିଛି ।ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଓ ନିର୍ଦ୍ଦେଶ ପରେ ଏହି ବ୍ୟବସ୍ଥା ମଧ ସବୁଠି କରିବାକୁ ଯୋଜନା ରହିଛି ବୋଲି କହିଛନ୍ତି ସେ । ଆଗକୁ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦିଆଯିବ ଏବଂ ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ। ୨୦୧୬ରୁ ବନ୍ଦ ଥିବା ଏହି ପ୍ରକ୍ରିୟା ପୁଣି ଚାଲୁ କରି ପ୍ରାୟ ୨୦ ହଜାର ପ୍ରାଥମିକ ଶିକ୍ଷକ ପଦବୀ ପୂରଣ ହେବ ବୋଲି ସେ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.