
ଦାରିଙ୍ଗବାଡି, ୨୧/୦୨ : କନ୍ଧମାଳ ଜିଲ୍ଲାର ମଦମୁକ୍ତ ଅଭିଯାନର ନାରୀ ନେତ୍ରୀ କେସମତୀ ପ୍ରଧାନ ଙ୍କୁ “ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ” ଭୂବନେଶ୍ଵର ଦ୍ଵାରା ଜୟଦେବ ଭବନ ଠାରେ ସମ୍ବର୍ଦ୍ଧିତ କରା ଯାଇଛି। କନ୍ଧମାଳ ଜିଲ୍ଲା ଘୁମୁସର ମହିଳା ସଂଗଠନର ପ୍ରତିଷ୍ଠାତା ସ୍ବର୍ଗତ ମାକା ନାୟକ ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ଯୁବା ବୟସରେ ସମାଜସେବାକୁ ଆପଣେଇଥିଲେ। ଶୋଷିତ, ନିଷ୍ପେସିତ, ନିର୍ଯ୍ୟାତିତ ମଦ୍ୟପ ସ୍ବାମୀ ମାନଙ୍କ ଦ୍ଵାରା ଅମାନ୍ତୁଷିକ ଅତ୍ୟାଚାରିତ ମହିଳା ମାନଙ୍କ ସମସ୍ୟାକୁ ନେଇ ଜିଲ୍ଲା ତଥା ରାଜ୍ୟର କୋଣେ ଅନୁକୋଣେ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ସ୍ଵର ଉତ୍ତୋଳନ କରିବା , ସହ ଆନ୍ଦୋଳନ, ପ୍ରତିବାଦ ସଭା, ଉଚ୍ଚପଦାଧିକାରୀ , ଜନପ୍ରତିନିଧି ମାନଙ୍କ ସହ ସାକ୍ଷାତ ଆଲୋଚନା କରି ସମସ୍ୟା ର ସମାଧାନ କରିବା ପାଇଁ ଅହରହ ପ୍ରଚେଷ୍ଟା କରି ସେ ଆଜି ଜିଲ୍ଲା ଏବଂ ରାଜ୍ୟ ରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସ୍ବର୍ଗତ ମକା ନାୟକ ଉତ୍ତରାଧିକାରୀ ତଥା ସଂଗ୍ରାମୀ ପୁତ୍ର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ହେମନ୍ତ ନାୟକଙ୍କ ମାର୍ଗଦର୍ଶନରେ ସେ ଘୁମୁସର ମହିଳା ସଂଗଠନର ସଭାପତି ଦାୟିତ୍ୱ ନିର୍ବାହ କରି ଜିଲ୍ଲାକୁ ମଦ ମୁକ୍ତ କରିବା, ଜଙ୍ଗଲ ଜମି ପଟ୍ଟା, ଶିଶୁ ଅଧିକାର ଆଇନ ପ୍ରଣୟନ, କିଶୋରୀ ନିର୍ଯ୍ୟାତନା ବିରୁଦ୍ଧରେ। ପ୍ରାଥମିକ ଶିକ୍ଷା ସିଲାବସରେ ମାତୃଭାଷା (କୁଇ) କୁ ପ୍ରଚଳନ, ଜମିହିନଙ୍କୁ ଜମି ପ୍ରଦାନ, ସିକଲିଙ୍ଗ୍ ବା ସିକଲ ସେଲ ରୋଗୀ ମାନଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା ବ୍ୟବସ୍ଥା ସହ ସେମାନଙ୍କୁ ମାସିକ ଆର୍ଥିକ ଅନୁଦାନ ଏବଂ ବିନା ମୂଲ୍ୟରେ ରକ୍ତ ପ୍ରଦାନ ପାଇଁ ଏକ ସ୍ଵତନ୍ତ୍ର ଯୋଜନା ପ୍ରଣୟନ ପାଇଁ ଗାଁ ଓ ପଞ୍ଚାୟତ ଠାରୁ ଆରମ୍ଭକରି ବାରମ୍ଵାର ଜିଲ୍ଲା ପ୍ରସାଶନ, ୪ଜଣ ଓଡ଼ିଶାର ରାଜ୍ୟପାଳ ମହାମହିମ ଶ୍ରୀମାନ ଏମ୍.ଏମ. ରାଜେନ୍ଦ୍ର, ଶ୍ରୀମାନ ମୁରଲିଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଶ୍ରୀମାନ ରାମେଶ୍ବର ଠାକୁର, ଶ୍ରୀମାନ ଏସ୍.ସି. ଜମିର , ୪ଜଣ ଭାରତର ରାଷ୍ଟ୍ରପତି ମହାମହିମ କେ.ଆର.ନାରାୟନ, ମହାମହିମ ଏ.ପି.ଜେ.ଅବଦୁଲ କାଲାମ, ମହାମହିମ ଶ୍ରୀମତୀ ପ୍ରତିଭାପାଟ୍ଟୀଲ , ମହାମହିମ ପ୍ରଣବ ମୁର୍ଖାଜୀ ଏବଂ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ର୍ନିଭୀକ ଭାବେ ନିଜର ଦାବି ଉପସ୍ଥାପନ କରିଛନ୍ତି। ଦାବି କୁ ହାସଲ କରିବା ପାଇଁ ବିଭିନ୍ନ ସମୟରେ ସରକାର ଏବଂ ପ୍ରଶାସନ ଉପରେ ଚାପ ସୃଷ୍ଟି କରିବା ପାଇଁ ଅହରହ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ, ପ୍ରତିବାଦ ସଭା କରିବା ଫଳରେ ସରକାର ସିକଲ ସେଲ ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ସହ ସେମାନଙ୍କୁ ଯଥାସମ୍ଭବ ମାସିକ ଆର୍ଥିକ ଅନୁଦାନ ପ୍ରଦାନ ପ୍ରକଳ୍ପକୁ କାର୍ଯ୍ୟ କାରୀ କରିଛନ୍ତି। ଯାହାଫଳରେ ଅସଂଖ୍ୟ ସିକଲସେଲରେ ପିଡିତ ପରିବାର ଉପକୃତ ହୋଇଛନ୍ତି। ଏଥିପାଇଁ ଘୁମୁସର ମହିଳା ସଂଗଠନର କର୍ମକର୍ତ୍ତା ସ୍ବର୍ଗତ ହେମନ୍ତ ନାୟକ ଏବଂ ସଭାପତି କେସମତୀ ପ୍ରଧାନଙ୍କ ଅହରହ ଉଦ୍ୟମ ପାଇଁ ପ୍ରଶଂସାର ପାତ୍ର ଅଟନ୍ତି।। ସେ ନିଃସ୍ୱାର୍ଥପର ଭାବେ ଜିଲ୍ଲା ତଥା ଅଞ୍ଚଳ ବାସିନ୍ଦାଙ୍କ ସମସ୍ୟା ର ସମାଧାନ ପାଇଁ ନିଜକୁ ୨୫ ର୍ବଷ ରୁ ଉର୍ଦ୍ଧ ସମୟ ଧରି ଆର୍ଥିକ ଅନାଟନରେ ରହି ମଧ୍ୟ ପରୋପକାର ପାଇଁ ସମର୍ପିତ ଜୀବନ ଜାପାନ କରୁଛନ୍ତି। କନ୍ଧମାଳ ଜିଲ୍ଲାର ରାଇକିଆ ପଞ୍ଚାୟତ ସମିତି ଅଧିନସ୍ତ ସୁଗଡବାଡି ଗ୍ରାମପଞ୍ଚାୟତର ଏକ ଅପହଞ୍ଚ ଗ୍ରାମ ପିତାଇର୍ପିର ନାମକୁ ମାତ୍ର ଏକ କୃଷକ ଆଦିବାସୀ ପରିବାର ସଦସ୍ୟା ଭାବେ ଜନ୍ମ ଗ୍ରହଣ କରି କୃଷକ ପରିବାରର ସଦସ୍ୟ କୁ ନିଜର ଜୀବନସାଥି ଭାବେ ଗ୍ରହଣ କରି ଏକ ସୁଖି ପରିବାର ଭାବେ ଅତିବାହିତ କରୁଛନ୍ତି। ଜିବନ ଜୀବିକା ନିର୍ବାହ ପାଇଁ କୃଷି କାର୍ଯ୍ୟ ସହ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ଏବଂ ବିକ୍ରୟ, ଖଟିଖିଆ ମଜୁରିରୁ ଉପାର୍ଜିତ ଅର୍ଥରେ ଗୁଜୁରାଣ ମେଣ୍ଟାଇ ନିଜର ପରିବାର ଭରଣ ପୋଷଣ କରୁଛନ୍ତି। ଶିକ୍ଷା ଗତ ଯୋଗ୍ୟତା କହିବାକୁ ଗଲେ ୨ୟ ଶ୍ରେଣୀ ପର୍ଯ୍ୟନ୍ତ। ତଥାପି ସମାଜ, ଅଞ୍ଚଳ ଓ ରାଷ୍ଟ୍ରପାଇଁ ଜଣେ ସଚେତନ ନାଗରିକର କର୍ତ୍ତବ୍ୟକୁ ହୃଦୟଙ୍ଗଗମ କରି ପରିବାର ତଥା ସମାଜର ବିଭିନ୍ନ ଅପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର କାର୍ଯ୍ୟ ଦକ୍ଷତା ଫଳରେ ଆଜି ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ କନ୍ଧମାଳ ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ପରିଷଦ ଓ ଫୁଲବାଣୀ ସ୍ବେଚ୍ଛାସେବୀ ମହାସଂଘ ର ଜଣେ ସକ୍ରିୟ ସଦସ୍ୟା ଅଟନ୍ତି। ତାଙ୍କର ନିଃସ୍ଵାର୍ଥପର ସମାଜସେବା କାର୍ଯ୍ୟ ପାଇଁ ରାଜ୍ୟ, ରାଷ୍ଟ୍ରୀୟ ସ୍ତରୀୟ ଅନୁଷ୍ଠାନ ଦ୍ଵାରା ସମ୍ମାନିତ ହୋଇଛନ୍ତି । ଗାନ୍ଧୀଜୀଙ୍କ ତିରୋଧାନ ଦିବସରେ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ତରଫରୁ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କ ଉପସ୍ଥିତି ରେ ତାଙ୍କୁ ସମ୍ମାନୀତ କରାଯାଇଥିବାରୁ କନ୍ଧମାଳ ଜିଲ୍ଲା କୃଷି ଓ କୃଷକ ସୁରକ୍ଷା ପରିଷଦର ଉପ ସଭାପତି ସନାତନ ପ୍ରଧାନ , ସମ୍ପାଦକ ନରେଶ ପ୍ରଧାନ, କୋଷାଧ୍ୟକ୍ଷ ବିପିନ୍ ପ୍ରଧାନ, ଉପଦେଷ୍ଟା ଭାସ୍କର ପ୍ରଧାନ, କୃଷକ ମହିଳା ସଭାନେତ୍ରୀ ଶ୍ରୀମତୀ ଦମୟନ୍ତୀ ପ୍ରଧାନ , ବିରେନ୍ଦ୍ର ପ୍ରଧାନ, ଗାୟକ ପ୍ରଧାନ, ରବିନ୍ଦ୍ର ପ୍ରଧାନ, ରାଇକିଆ ଲ୍ୟାମ୍ପ ସଭାପତି ବୁଦ୍ଧଦେବ ପ୍ରଧାନ, ଫୁଲବାଣୀ ସ୍ବେଚ୍ଛାସେବୀ ମହାସଂଘ ର ସଂଯୋଜକ ହରିଶଂକର ରାଉତ୍, କୈଳାସ ଚନ୍ଦ୍ର ଦଣ୍ଡପାଠ, ମଣ୍ଡାକିଆ ସମିତି ସଭ୍ୟା କ୍ରୀଷ୍ଣା ପ୍ରଧାନ, ଦଡିଗିଂଆ ପଞ୍ଚାୟତ ସରପଞ୍ଚ ଅଶୋକ ପ୍ରଧାନ, ତ୍ରୀଶୀଳା ପ୍ରଧାନ, ଘୁ ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ର, ସମାଜସେବୀ ମହମ୍ମଦ ଜିଆଉଦ୍ଧିନ୍ ଅହମ୍ମଦ୍, ସୁଗଡ ବାଡି ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସଂଞିତ୍ କୁମାର ପ୍ରଧାନ, ଶିକ୍ଷକ ନିରଞ୍ଜନ ସାହୁ,ଟାରଜନ ସାହୁ, ବି ଜେ ଡି ଜିଲ୍ଲା ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ପ୍ରତାପ କୁମାର ପ୍ରଧାନ , ଜାତୀୟ କଂଗ୍ରେସ , ମାନଗୋବିନ୍ଦ ପ୍ରଧାନ ଜିଲ୍ଲା ସମ୍ପାଦକ ବିଜେପି, ମହିଳା ସଂଗଠନ ର ସଦସ୍ୟା କୁମୁଦିନୀ ଦିଗାଲ , ଗୁଞା ପ୍ରଧାନ, ଅମ୍ବିକା ପ୍ରଧାନ, ସୁନାବତୀ ପ୍ରଧାନ, ଉପବତୀ ପ୍ରଧାନ, ଇରାବତୀ ପ୍ରଧାନଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଶୁଭେଚ୍ଛା ଜଣାଇବା ସହ ଉତ୍ତରତର ଶୁଭକାମନା ଜଣାଇଛନ୍ତି।