ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ତେଜିଲା…

ବ୍ରହ୍ମପୁର : ତୃତୀୟ ସେମିଷ୍ଟାର ପରୀକ୍ଷା ବାତିଲ ସହିତ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ କୁ ବିରୋଧ କରି ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଆଜି ଆନ୍ଦୋଳନ ର ନବମ ଦିନରେ ମଧ୍ୟ ଅବ୍ୟାହତ ରହିଛି। ତୃତୀୟ ସେମିଷ୍ଟାର ପରୀକ୍ଷା ବାତିଲ ସହ ପରୀକ୍ଷା କେନ୍ଦ୍ର ପରିବର୍ତନ ବିରୋଧ କରି କଲେଜ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ବର୍ଷ ଧରି. ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେଉଥିବା ବେଳେ ଏବେ ହଠାତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଏହାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ। ଏଲ ଏଲ ଏମ ରେ ଅଧ୍ୟୟନରତ 23 ଜଣ ଛାତ୍ରଛାତ୍ରୀ ପରୀକ୍ଷା ନ ଦେଇ ଧାରଣା ଦେଇଛନ୍ତି। । ତେବେ ଏହି ଆନ୍ଦୋଳନ କୁ ଆଜି ନଅ ଦିନ ବିତିଯାଇଥିଲେ ମଧ୍ୟ କୌଣସି ନିକର୍ଷ ବାହାରି ନ ଥିଲା।ଆଜି ଛାତ୍ରଛାତ୍ରୀ ମାନେ ଅଧ୍ୟକ୍ଷ ଙ୍କ ସହିତ ଆଲୋଚନା କରିଥିଲେ, କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ପାଇନଥିଲେ ବିଦ୍ୟାର୍ଥୀ।ଯାହାକୁ ନେଇ ଅସନ୍ତୋଷ ଉଗ୍ର ରୂପ ନେଇଥିଲା | କଲେଜ ଫାଟକରେ ତାଲା ପକାଇ ଆନ୍ଦୋଳନ କୁ ଅବ୍ୟାହତ ରଖିଛନ୍ତି ଆଇନ ଛାତ୍ରଛାତ୍ରୀ ମାନେ।ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ କଲେଜ ତାଲା ଖୋଲାଯିବ ନାହିଁ ବୋଲି ଅଡ଼ି ବସିଥିଲେ ବିଦ୍ୟାର୍ଥୀ।ଫଳରେ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି କର୍ମଚାରୀ ଏବଂ ଅଧ୍ୟକ୍ଷ ଙ୍କୁ ବାହାରକୁ ଛାଡି ନ ଥିଲେ।

ad-week
Leave A Reply

Your email address will not be published.