ପୁରୁଣା ପେନସନ ଯୋଜନାକୁ କାର୍ଯ୍ୟକାରୀ କରିବା ଦାବିରେ ସବଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

add-all

ବ୍ରହ୍ମପୁର : ପୁରୁଣା ପେନସନ ଯୋଜନା କୁ କାର୍ଯ୍ୟକାରୀ କରିବା ଦାବିରେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ପକ୍ଷରୁ ସ୍ଥାନୀୟ ଇଷ୍ଟକୋଷ୍ଟ ସବ ଡିଭିଜନକାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ପୁରୁଣା ପେନସନ ଯୋଜନା କୁ ଲାଗୁ କରିବା ପାଇଁ ଦାବି କରିଛି ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ।ଏଥିପାଇଁ ଏକ ଦସ୍ତଖତ ଅଭିଯାନରେ ସମସ୍ତ ଶ୍ରମିକ ଏବଂ ପରିବାରବର୍ଗଙ୍କ ସ୍ବାକ୍ଷର ସଂଗ୍ରହ କରାଯାଇଛି।ଏବଂ ଆଜି ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଛି।ତୁରନ୍ତ ପୁନଃ ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ଦାବି କରାଯାଇଛି।ଯଦି ନ ହୁଏ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବା ପାଇଁ ଚେତାବନୀ ଦେଇଛି ଶ୍ରମିକ ୟୁନିୟନ।
ଏହି ଅବସରରେ ରେଲୱେ କର୍ମଚାରୀ ୟୁନିୟନ ର ସଭ୍ୟ ଏନ.ମୁରଲୀ କ୍ରିଷ୍ଣା, ଭି.କ୍ରିଷ୍ଣା କୁମାର, ମୋହନ ଚନ୍ଦ୍ର ବେହେରା,ରାମବାବୁ, ବୈରାଗୀ ରେଡ୍ଡୀ,ଜି.ଚିରଞ୍ଜିବି,ଗୌରୀ ନାଇଡୁ, ଏମ.ତାରେକେଶ୍ବରଙ୍କ ସମେତ ବହୁ ସଦସ୍ୟ ବିକ୍ଷୋଭ ରେ ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.