ମହାନଗର ନିଗମର ବିକାଶଧାରାକୁ ବଜାୟ ରଖିବା ପାଇଁ ସମୀକ୍ଷା ବୈଠକ

add-all

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ବିକାଶ ଧାରାକୁ ବଜାଇ ରଖିବା ପାଇଁ ସମସ୍ତ ବିଭାଗକୁ ନେଇ ଏକ ସମୀକ୍ଷା ବୈଠକ ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ବିଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପୂର୍ତ୍ତ ବିଭାଗ, ଜନ ସ୍ଵାସ୍ଥ୍ୟ ବିଭାଗ,ରାସ୍ତା ଓ କୋଠାବାଡି ନିର୍ମାଣ ବିଭାଗ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ପ୍ରତିନିଧି ମାନେ ଯୋଗଦେଇ ଥିଲେ।ବ୍ରହ୍ମପୁର ମହାନଗର ରେ ରହିଥିବା ନାଳ ନାର୍ଦମା ର ପୁନରଉଦ୍ଧାର , ସହରରେ ରହିଥିବା ରାସ୍ତାଘାଟ ନିର୍ମାଣ, ପୋଖରୀଗୁଡିକର ପୁନଃଉଦ୍ଧାର,ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ, ସ୍ୱସାନ ଗୁଡିକ ନବୀକରଣ ସମେତ ୪୭ଗୋଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା।ଏହାର ଏକ ପ୍ରସ୍ତାବ ଚିଠା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ପଠା ଯାଇଥିବା ସୂଚନା ମିଳିଛି।ଏହି ସମୀକ୍ଷା ବୈଠକରେ ମେୟର ସଂଘମିତ୍ରା ଦଳେଇ ଅଧ୍ୟକ୍ଷତା କରିଥିବା ବେଳେ ନିଗମ କମିସିନର ଜେ. ସୋନାଲ, ବିଡିଏ ସଚିବ ସମ୍ବିତ ରାଉତ, ଡେପୁଟି କମିସିନର ବିନୋଦ ବେହେରାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.