ତପନେଶ୍ୱର ସାହିତ୍ୟ ସଂସଦ ତରଫରୁ ସମର୍ଦ୍ଧିତ କନ୍ଧମାଳର କବି…

add-all

ଫୁଲବାଣୀ : ଇଛାଦା, ବାରୀକପୁର, ଭଦ୍ରକର ତପନେଶ୍ୱର ସାହିତ୍ୟ ଓ କଳା ସଂସଦ ତରଫରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ କବି, କଳାକାର, ସାହିତ୍ୟିକ ସମାବେଶରେ କନ୍ଧମାଳର ବିଶିଷ୍ଠ କବିମାନେ ସମର୍ଦ୍ଧିତ ହୋଇଛନ୍ତି l ଅନୁଷ୍ଠାନର ବାର୍ଷିକ ଉତ୍ସବ ଓ ଜାଗରର ମହାମିଳନ ଉତ୍ସବ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳର ବିଶିଷ୍ଠ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ସାହିତ୍ୟ ରତ୍ନ, ଜୀବନବ୍ୟାପୀ ସାଧନା ପାଇଁ ରବୀନ୍ଦ୍ରନାଥ ମିଶ୍ରଙ୍କୁ ସାହିତ୍ୟ ସମ୍ମାନ ଏବଂ ଶିଶୁ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ କବି କୈଳାଶ ଚନ୍ଦ୍ର ଧଳଙ୍କୁ ବରିଷ୍ଠ ଶିଶୁ ସାହିତ୍ୟ ରତ୍ନ ପ୍ରଦାନ କରାଯାଇଛି l ବରିଷ୍ଠ କବି ଡ଼ଃ ପ୍ରସନ୍ନ ପାଟଶାହାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ସ୍ୱାମୀ ଦିନଦାୟଲ ସରସ୍ବତୀ ମହାରାଜା ମୁଖ୍ୟବକ୍ତା,ନାଟ୍ୟକାର ବିଜୟ ଦାସ, ସମାଜସେବୀ ବିଶ୍ୱଜିତ ସୂର୍ଯ୍ୟବଂଶୀ, ଧାମନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲା ବେଳେ ପ୍ରତିଷ୍ଠାତା ସମ୍ପାଦକ ବୀରେନ୍ଦ୍ର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସମର୍ଦ୍ଧିତ ସାହିତ୍ୟିକ ମାନଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସ୍ୱାଗତ କରାଯାଇଛି |

ad-week
Leave A Reply

Your email address will not be published.