ବରିଷ୍ଠ ନାଗରିକ ସଂଘର ହସ୍ତକ୍ଷେପ ପରେ ସମସ୍ୟାର ହେଲା ସମାଧାନ…

add-all

ରାଉରକେଲା /ବଣେଇ : ବଣାଇ ବନଖଣ୍ଡ ଅନ୍ତର୍ଗତ ଜକେଇକେଳା ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛକ ରେ ଦୀର୍ଘ ବର୍ଷ ହେଲା ଏକ ତେନ୍ତୁଳି ଗଛକୁ ବଣାଇ ବନଖଣ୍ଡ ଅଧିକାରୀ କାଟି ଦେବା ପାଇଁ ଅନୁମତି ଦେଇଥିବା ଜଣା ପଡିଛି। ସୂଚନା ଅନୁଯାୟୀ, ବଣାଇ ଜକେଇକେଳା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଜକେଇକେଳା ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛକ ନିକଟରେ ଥିବା ଏକ ବିରାଟକାୟ ତେନ୍ତୁଳି ଗଛ ରାସ୍ତା ଉପରେ ବିପଦପୂର୍ଣ୍ଣ ଭାବେ ରହି ଥିଲା। ଏହି ରାସ୍ତା ଟି ବଣାଇ ଜାଙ୍ଗଳା କୁ ସଂଯୋଗ କରୁଥିବା ସହିତ ଦୈନିକ ଆଖ ପାଖ ଅଞ୍ଚଳରୁ ପ୍ରାୟ ୧୦ ଗୋଟି ଗ୍ରାମର ଲୋକେ ବଣାଇ କୁ ଯିବା ଆସିବା କରିବା ସହିତ କଲେଜ ଏବଂ ସ୍କୁଲ ଛାତ୍ର ଛାତ୍ରୀ ମାନେ ବ୍ୟବହାର କରି ଆସୁଛନ୍ତି। ବର୍ତ୍ତମାନ ନୂତନ ଭାବେ ରାସ୍ତା ପ୍ରଶସ୍ଥ ହେଇ ରାସ୍ତା କାର୍ଯ୍ୟ ଚାଲୁଥିବା ବେଳେ ତାହା ରାସ୍ତା ମଝିରେ ରହି ଥିବାରୁ ଛୋଟବଡ ଦୁର୍ଘଟଣା ଘଟୁଥିବାର ନଜିର ରହିଛି। ଜକେଇକେଳା ଗ୍ରାମ ର ବରିଷ୍ଠ ନାଗରିକ ସଂଘ ସଭାପତି ହେମଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବଣାଇ ବନଖଣ୍ଡ ଅଧିକାରୀ ଙ୍କୁ ଭେଟି ଗଛଟି କାଟିବା ପାଇଁ ଏକ ଗୁହାରୀ କରିଥିଲେ। କିନ୍ତୁ ଏହା ଭିତରେ ବଣାଇ ବନଖଣ୍ଡ ଅଧିକାରୀ ସନତ କୁମାର ଏନ୍ ଙ୍କ ବଦଳି ଆଦେଶ ଆସି ଥିଲେ ମଧ୍ୟ ଦରଖାସ୍ତ ଟିକୁ ହୃଦୟଙ୍ଗମ କରି ଯିବା ପୂର୍ବରୁ ବହୁ ଦିନ ଧରି ରହିଥିବା ସମସ୍ୟା ର ସମାଧାନ ପାଇଁ ଗଛ କାଟିବାକୁ ଅନୁମତି ଦେଇଥିବାରୁ ବଣାଇ ନାଗରିକ ମଞ୍ଚ ତଥା ସମସ୍ତ ଜକେଇକେଳା, ଜମକେଇ, ଉପୂର୍ଡା, ବଡପୋଷ ପ୍ରମୁଖ ଗ୍ରାମବାସୀ ମାନେ ଅଧିକାରୀ ଙ୍କୁ ଦରଖାସ୍ତ ଦେବାର କମ ଦିନର ନିଷ୍ପତ୍ତି ନେଇ ଗଛ କାଟିବାକୁ ଆଦେଶ ଦେଇଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରିଥିଲେ।

ad-week
Leave A Reply

Your email address will not be published.