ବିଜେଡି ନେତାଙ୍କ ସହିତ ଯାଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଜଣେଇଲେ ବିସ୍ଥାପିତ ଗ୍ରାମବାସୀ

add-all

ସୁନ୍ଦରଗଡ଼ : ମହାନଦୀ କୋଲ୍ ଫିଲ୍ଡ ଲିମିଟେଡ଼ ( ଏମ.ସି.ଏଲ) ଦ୍ୱାରା ବିସ୍ଥାପିତ ହେଉଥିବା ହେମଗିର ବ୍ଲକର ଗର୍ଜନବାହାଲ, ବାଙ୍ଗୁରକେଳା, କର୍ଲିକଛାର, ବଲିଙ୍ଗା,ସିଆରମାଲ ଆଦି ପାଞ୍ଚଟି ଗ୍ରାମର ଗ୍ରାମବାସୀ ଗତ କିଛି ଦିନ ଠାରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ତାଙ୍କ ଦାବି ଜଣାଇବା ପାଇଁ ଚାହୁଁଥିଲେ । ଆଜି ସୁନ୍ଦରଗଡ଼ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲ୍ଲାପାଳ ପରାଗ ହର୍ଷଦ ଗଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଏମ.ସି.ଏଲ ଦ୍ୱାରା ସେମାନେ କିପରି ହଇରାଣ ହେଉଛନ୍ତି ସେ ବିଷୟରେ ଅବଗତ କରାଇଥିଲେ। ଜମି ହରାଇଥିବା ଗ୍ରାମବାସୀଙ୍କ ପରିବାରର ସଦସ୍ୟଙ୍କୁ ଚାକିରୀ ନ ଦେଇ, ଯେଉଁ ବୟସ୍କ ଲୋକଙ୍କୁ ଚାକିରୀ ମିଳିଛି ସେମାନଙ୍କ ମନୋନୀତ ବ୍ୟକ୍ତିଙ୍କୁ ଚାକିରୀ ଦେବା, ସେମାନେ ରହୁଥିବା ଘରୁ ସେମାନଙ୍କୁ ବାହାର କରିବା ପୂର୍ବରୁ ସେମାନଙ୍କ ରହିବା ପାଇଁ ବ୍ୟବସ୍ଥା କରିବ, ଘର କରିବା ପାଇଁ ଦିଆଯାଉଥିବା ଜାଗାରେ ପାଣି ଏବଂ ଲାଇଟର ବ୍ୟବସ୍ଥା କରିବା, କମ୍ପାନୀ ଘର କରିବା ପାଇଁ ଦେଉଥିବା ଟଙ୍କାରେ ଗୋଟିଏ ଘର ତିଆରି କରିବା ଯେହେତୁ ସମ୍ଭବ ନୁହଁ ତେଣୁ କମ୍ପାନୀ ନିଜେ ଘର କରିକି ଦେବା, ଆସନ୍ତା ୨୫ ତାରିଖରେ ଘର ଭାଙ୍ଗିବା ପାଇଁ ଦେଇଥିବା ନୋଟିସକୁ ବର୍ତ୍ତମାନ ବନ୍ଦ କରିବା ପାଇଁ ସେମାନେ ଦାବୀ କରିଥିଲେ ଓ ପ୍ରଥମେ ପରିବାର ସଦସ୍ୟଙ୍କୁ ଚାକିରୀ ଦିଆଯିବା ପରେ ସ୍ୱଇଚ୍ଛାରେ ସେମାନେ ତାଙ୍କ ଘର ଓ ଜାଗା ଛାଡିଦେବେ ବୋଲି ଜିଲ୍ଲାପାଳଙ୍କୁ ପ୍ରକାଶ କରିଥିଲେ।ସବୁ ଶୁଣିବା ପରେ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ଠାରୁ ସମସ୍ତ ବିଷୟରେ ବୁଝିଥିଲେ ଏବଂ ଏମ.ସି.ଏଲ କର୍ତ୍ତୃପକ୍ଷଙ୍କୁ ଡକେଇ ସବୁ ବୁଝିବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିବା ଜୟନାରାୟଣ ତ୍ରିପାଠୀ ପ୍ରକାଶ କରିଛନ୍ତି। ଏହି ସାକ୍ଷାତ ସମୟରେ ବିଜେଡିର ବରିଷ୍ଠ ନେତା ଜୟ ନାରାୟଣ ତ୍ରିପାଠୀଙ୍କ ସହିତ ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, କାଉନସିଲର ଅନିଲ ମହାପାତ୍ର, ମଇଥେଲୀ ବେହେରା, ଯେମିନୀ ମାଝୀ, ସପ୍ନା ଭଏଁସାଲ, ଗୀତାଞ୍ଜଳି ଘୁସି, ମାଳତୀ ନାଏକ, ପ୍ରେମିଶିଲା ଚୁରା, ଯୁବନେତା ଗୌରାଙ୍ଗ ଧଳ, ଉର୍ମିଳା କିଷାନ, ଭାନୁମତି ଭିତ୍ରିଆ, ପରମେଶ୍ୱର ମଗର,ଗଜି ପାଣ୍ଡଵ ସହିତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.