ତେଜିଲା ପଦୋନ୍ନତି ବିବାଦ

add-all

ମାଲକାନଗିରି,୨୫।୨ : ସାଧାରଣ ବର୍ଗ ପରେ ଶିକ୍ଷକ ପଦୋନ୍ନତିରେ ଅବହେଳାକୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲେ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି । ଆଜି ମାଲକାନଗିରି ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ସ୍ଥାନୀୟ ଡିପିଆରସି ସଭା ଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛିା କମିଟିର ସଭାପତି ଜରାଶବର ମାଢି, ଉପଦେଷ୍ଟା ପ୍ରଭାକର ହନ୍ତାଳ, ରଥିକୃଷ୍ଣ ପାତ୍ର, ସାଧାରଣ ସମ୍ପାଦକ ହରିବନ୍ଧୁ ଗଲରି, ସଂଗଠନ ସମ୍ପାଦକ ଭଦ୍ର ଦୁରୁଆ କୋଷାଧ୍ୟକ୍ଷ ତୁଳସୀରାମ ଦଳେଇ ଉପସଭାପତି ବଳରାମ ଅନୁଗୁଳିଆ, କାର୍ଯ୍ୟକାରୀ କମିଟି ସଭାପତି ସନୁ ଅନୁଗୁ ପ୍ରମୁଖ ଏଥିରେ ଯୋଗଦେଇ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଅନୁସୂଚିତ ଜାତି ଓ ଜନଜାତି ସରକାରୀ ପ୍ରାଥମିକ ଶିକ୍ଷକ ମାନଙ୍କ ପ୍ରତି ପଦୋନ୍ନତିରେ ଜିଲ୍ଲା ପ୍ରଶାସନ ଅନିୟମିତତା, ରାଜ୍ୟ ସରକାରଙ୍କ ଗେଜେଟ୍‌, ଏବଂ ଉଚ୍ଚ ନ୍ୟାୟାଳୟର ନିର୍ଦେଶକୁ ଅବମାନନା କରିଥିବାରୁ କ୍ଷୋଭ ପ୍ରକାଶ କରିଥିଲୋ ମାଲକାନଗିରି ଜିଲ୍ଲାରେ ଶତ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତିର ଜନ ପ୍ରତିନିଧି ମାନେ ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତୋଳନ କରୁ ନଥିବାରୁ ଏହାକୁ ଦୃଢ ନିନ୍ଦା କରାଯିବା ସହ ଆମେ ଭିକ ମାଗୁନାହୁଁ, ଆମର ସାମ୍ବିଧାନିକ ଅଧିକାର ଏବଂ ନିୟମକୁ ସରକାର ପାଳନ କରନ୍ତୁ ବୋଲି ପ୍ରକାଶ କରିଥିଲୋ ଆଗାମୀ ଦୁଇ ସପ୍ତାହ ମଧ୍ୟରେ ସରକାରୀ ଅନୁସୂଚିତ ଜନଜାତି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ନ୍ୟାର୍ଯ୍ୟ ଓ ନିୟମଗତ ଦାବିକୁ ଗ୍ରହଣ କରା ନଗଲେ ମିଳିତ କ୍ରିୟାନୁଷ୍ଠାନ କମିଟି ସାରା ଜିଲ୍ଲାରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଉପଦେଷ୍ଟା ପ୍ରଭାକର ହନ୍ତାଳ ଏବଂ ସଭାପତି ଜରାଶବର ମାଢି ଚେତାବନୀ ଦେଇଛନ୍ତିା

ad-week
Leave A Reply

Your email address will not be published.