ସତ୍ୟନଗର କ୍ରିକେଟ କ୍ଲବ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ପେଣ୍ଠ ବସଷ୍ଟାଣ୍ଡ ନିକଟରେ ସତ୍ୟନଗର କ୍ରିକେଟ କ୍ଲବ (କରବାଲୁଆ) ତରଫରୁ ଶନିବାର ଦିନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ର ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଯୁର ବେହେରା ଯୋଗ ଦେଇ ଦୀପପ୍ରଜ୍ୱଳନ କରି ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡକ୍ଟର ପ୍ରଭୁପ୍ରସାଦ ପଣ୍ଡା ଓ ସମାଜ ସେବୀ ଶ୍ରୀ ଧର୍ମା ସାହୁ, ଶ୍ରୀ କୃଷ୍ଣଚନ୍ଦ୍ର ସାହୁ, ଶ୍ରୀ ପ୍ରମୋଦ କୁମାର ସାହୁ, ଶ୍ରୀ ଦୁର୍ଗାପ୍ରସାଦ ସୁବୁଦ୍ଧି, ଶ୍ରୀ ରଘୁନନ୍ଦନ ସାହୁ,ଶ୍ରୀ ଗଣେଷ କୁମାର ବ୍ରହ୍ମା,ଶ୍ରୀ ମାର୍କଣ୍ଡ ସାହୁ,ଶ୍ରୀ ଅରୁଣ କୁମାର ବେହେରା,ଶ୍ରୀ ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଉଦ୍ଘାଟନୀ ମ୍ୟାଚରେ ସ୍ପୋର୍ଟିଂ କ୍ରିକେଟ କ୍ଲୋବ(ଚିକିଟୀ) ସହିତ ମାଉନ୍ଦପୁର ମଧ୍ୟରେ ହୋଇଥିଲା।ସ୍ପୋର୍ଟିଂ କ୍ରିକେଟ କ୍ଲୋବ ଟୋସ ବିନ କରି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା।ନିର୍ଦ୍ଧାରିତ ୧୨ ଓଭେର ଖେଳି ୭ ବିକେଟ ବିନିମୟରେ ୧୦୭ ରନ କରିବାରେ ସଫଳ ହୋଇଥିଲେ ବଦଳରେ ମାଉନ୍ଦପୁର ସମ୍ପୂର୍ଣ୍ଣ ୧୨ ଓଭେର ଖେଳିଥିଲେ ମଧ୍ୟ ୭ ବିକେଟ ବିନିମୟରେ ମାତ୍ର ୯୩ ରନ କରିପାରିଥିଲା। ଏହି ମ୍ୟାଚରେ ସ୍ପୋର୍ଟିଂ କ୍ରିକେଟ କ୍ଲୋବ ର ଶମ୍ଭୁ ମେନ ଅଫ ଦା ମ୍ୟାଚ ଭାବେ ବିବେଚିତ ହୋଇଥିଲେ। ଏହି ମ୍ୟାଚରେ ଅମ୍ପାୟାର ଭାବେ ସନ୍ତୋଷ କୁମାର ସାହୁ ଓ ଆଶୁତୋଷ ପାଢ଼ୀ ଦାୟିତ୍ୱ ତୁଲାଇ ଥିବା ବେଳେ ସ୍କୋରେର ଦାୟିତ୍ୱ ରେ ଓମ ଓ ଏଙ୍କର ଦାୟିତ୍ୱ ରେ ମୁନା ସାହୁ ରହି କାର୍ଯ୍ୟ ତୁଲାଇଥିଲେ।ଏହି ଟୁର୍ଣ୍ଣାମେଣ୍ଟ ରେ ମୋଟ ୨୪ ଟୀ ଦଳ କୁ ନେଇ ଆୟୋଜିତ ହୋଇଥିବା ବେଳେ ସତ୍ୟନଗର କ୍ରିକେଟ କ୍ଲୋବ (କରବଲୁଆ) ଏହାକୁ ପରିଚାଳନା କରୁଥିବା ବେଳେ ସ୍ପୋର୍ଟିଂ କ୍ରିକେଟ କ୍ଲୋବ (ଚିକିଟୀ) ଓ ଅଞ୍ଚଳର ସମସ୍ତ କ୍ରିକେଟ ପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାର ରୂପେ ପରିଚାଳନା କରିଛନ୍ତି।

ad-week
Leave A Reply

Your email address will not be published.