
ଦାରିଙ୍ଗବାଡ଼ି,୨୭/୦୨: ଦାରିଙ୍ଗବାଡ଼ିରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଦ୍ୱାରା ପରିଚାଳିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାଲିଗୁଡ଼ା ସଂକୁଳର ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଦାରିଙ୍ଗବାଡ଼ି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ , ମୁଖ୍ୟ ବକ୍ତା ଭାବେ ତୁମୁଡିବନ୍ଧ ସରସ୍ବତୀ ବିଦ୍ୟା ମନ୍ଦିରର ସଭାପତି ତଥା ବିଶିଷ୍ଠ ହୋମିଓପ୍ୟାଥୀ ଚିକିତ୍ସାକ ଶ୍ରୀ ପୁରୁଷୋତ୍ତମ ଲେଙ୍କା ଯୋଗଦେଇ ଆଶୀର୍ବଚନ ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମରେ ସଂକୁଳ ସଂଯୋଜକ ତଥା ବାଲିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଅତିଥି ମାନଙ୍କ ପରିଚୟ ଦେଇଥିଲା ବେଳେ ସଂକୁଳ ପ୍ରମୁଖ ଶ୍ରୀ ତୀର୍ଥବାସୀ ଘଡ଼େଇ ବନବିହାରର ଉଦେଶ୍ୟ ତଥା ଆମ ଯୋଜନାର ଲକ୍ଷ୍ୟ ଉପରେ ଉପସ୍ଥାପନ କରିଥିଲେ | ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୈଳାଶ ଚନ୍ଦ୍ର ଧଳ କାର୍ଯ୍ୟକ୍ରମ ସଂଯୋଜନା କରିଥିଲା ବେଳେ ସ୍ଥାନୀୟ ସମ୍ପାଦଜ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଦେଇଥିଲେ | ଏଥିରେ ସଂକୁଳର ବାଲିଗୁଡ଼ା, ରାଇକିଆ, ଦାରିଙ୍ଗବାଡ଼ି, ସରଙ୍ଗଡ଼ ଓ ତୁମୁଡିବନ୍ଧ ଶିଶୁଵିଦ୍ୟାମନ୍ଦିର ସମସ୍ତ ଗୁରୁଜୀ ଗୁରୁମା ଓ ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ | ଏହି ଅବସରରେ ଅନୁଷ୍ଠିତ ସାମୂହିକ ସଂଗୀତ ପରିବେଷଣରେ ବାଲିଗୁଡା ପ୍ରଥମ, ତୁମୁଡିବନ୍ଧ ଦ୍ଵିତୀୟ ଓ ରାଇକିଆ ଶିଶୁ ବିଦ୍ୟା ମନ୍ଦିର ତୃତୀୟ ସ୍ଥାନ ଅଧିକାର କରିଥିଲା | ସ୍ଥାନୀୟ ଶିଶୁ ଭାଇ ଭଉଣୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ | ରାଇକିଆ ପ୍ରଧାନ ଆଚାର୍ଯ୍ୟ ଶ୍ରୀ କାମଦେବ ବେହେରା, ସରଙ୍ଗଗଡ଼ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯତୀନ୍ଦ୍ର ମାଝୀ , ଦାରିଙ୍ଗବାଡି ପ୍ରଧାନ ଆଚାର୍ଯ୍ୟ ସମେତ ଦାରିଙ୍ଗବାଡିର ସମସ୍ତ ପରିଚାଳନା ସମିତିର ସଦସ୍ୟଙ୍କ ସକ୍ରିୟ ପରିଚାଳନା ଓ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।