
ଭୁବନେଶ୍ୱର: ପ୍ରଥିତଯଶା ସାହିତ୍ୟିକ ପ୍ରଫେସର ମନୋଜ ଦାସଙ୍କର ଆଜି ସ୍ଵନକ୍ଷତ୍ର ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ପରିଜା ପାଠାଗାରସ୍ଥିତ “ମନୋଜ ଦାସ ଅଧ୍ୟୟନ କକ୍ଷ ” ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅତୀତରେ, ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ ଠାରେ ଶ୍ରୀ ଦାସଙ୍କ ସହିତ ତାଙ୍କର ସଂକ୍ଷିପ୍ତ ସାକ୍ଷାତର ମଧୁର ସ୍ମୃତି ସମ୍ପର୍କରେ ଆଲୋଚନା କରିବା ସହ ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦଙ୍କୁ ମନୋଜ ଦାସଙ୍କ ସ୍ମୃତିରେ ନାମିତ ଏହି କ୍ଷକୁ ସୃଜନଧର୍ମୀ କାର୍ଯ୍ୟରେ ନିୟୋଜିତ କରି ଆହୁରି ଜୀବନ୍ତ କରି ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ମନୋଜ ଦାସ କୃତ ସମଗ୍ର ପୁସ୍ତକ ସଂକଳନ ପ୍ରଦର୍ଶିତ ହୋଇଥିଲା ।
ସମ୍ମାନନୀୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼ଃ ଅଭୟ କୁମାର ନାୟକ ଶ୍ରୀ ଦାସଙ୍କର କୃତି, ତାଙ୍କୁ ସମଗ୍ର ବିଶ୍ୱରେ ସଦା ଅମର କରି ରଖିବ ବୋଲି ମତପ୍ରକାଶ କରିଥିଲେ । ମନୋଜ ଅଧ୍ୟୟନ କକ୍ଷର ଉନ୍ନତି ଦିଗରେ ସେ ସଦାସର୍ବଦା ନିଜର ଅବଦାନ ଦେବାକୁ ପ୍ରସ୍ତୁତ ବୋଲି ଡ଼ଃ ନାୟକ ନିଜ ବକ୍ତବ୍ୟ ରଖିଥିଲେ । ପରିଜା ପାଠାଗାର ପ୍ରଫେସର ଇନ ଚାର୍ଜ ପ୍ରଫେସର ଭାସ୍ଵତୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଚିଫ ଲାଇବ୍ରେରିଆନ ଡ଼ଃ ଆଶାପୂର୍ଣା ପ୍ରିୟଦର୍ଶିନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।