ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରି ଏବଂ ଦରମା ବୃଦ୍ଧି ଦାବି…

add-all

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଛତ୍ରପୁର : ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ସ୍ଥାୟୀ ଚାକିରି ଏବଂ ଦରମା ବୃଦ୍ଧି ଦାବି ନେଇ ମଙ୍ଗଳବାର ଆମ ଆଦମି ପାର୍ଟିି ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ମିଶନ ଶକ୍ତିରେ ସହାୟକ ଷ୍ଟାଫ୍ ଭାବରେ କାମ କରୁଥିବା ଏମବିକେ, ସିଆରପି, ପ୍ରାଣୀମିତ୍ର, କୃଷିମିତ୍ର ଏବଂ ବ୍ୟାଙ୍କମିତ୍ର ମାନେ ଦୀର୍ଘ ବର୍ଷ ବର୍ଷ ଧରି କାମ କରୁଥିବା ବେଳେ ସେମାନଙ୍କୁ ସ୍ଥାୟୀ କରିବା ଓ ତାଙ୍କର ଦରମା ବୃଦ୍ଧି କରିବା ନିମନ୍ତେ ସେମାନେ ଦାବି କରିଛନ୍ତି । ଆଗାମୀ ଦିନରେ ସେମାନଙ୍କ ଦାବି ପୂରଣ ନ ହେଲେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଆମ ଆଦମି ପାର୍ଟିି ଗଞ୍ଜାମ ଜିଲ୍ଲା ଶାଖାର ସଭାପତି ସୁବାସ ଚନ୍ଦ୍ର ରାଉତ କହିଛନ୍ତି । ଏହି ଧାରଣାରେ ଆମ ଆଦମି ପାର୍ଟିି ଗଞ୍ଜାମ ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଉପସଭାପତି ସୁଧିର କୁମାର ପ୍ରଧାନ, ସି. ହର ପ୍ରସାଦ, ଦିନେଶ ରାଜ, ମହିଳା ସଭାନେତ୍ରୀ ନିଭାସ୍ମିତା ପ୍ରଧାନ, ସନ୍ଧ୍ୟାରାଣି ପ୍ରଧାନ, ଋତୁ କୁମାରୀ ସେଠୀ, କୈଳାଶ ସେଠୀ ଓ ସୁଦର୍ଶନ ମଲ୍ଲିକ ଙ୍କ ସମେତ ବହୁ ଦଳୀତ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.