ଆନ୍ତର୍ଜାତିକ ହକି ଖେଳାଳିଙ୍କୁ ସରକାରଙ୍କ ତରଫରୁ ଜମି ପଟ୍ଟା ପ୍ରଦାନ…

add-all


ବୀରମିତପୁର : ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ ଅନ୍ତର୍ଗତ କାଦୋବାହାଲ ପଂଚାୟତ ଅନ୍ତର୍ଗତ ଘୋଘର ଗ୍ରାମର ବିପିନ ଖେଶଙ୍କ ପୁତ୍ର ନିଲମ ସଜ୍ଜିତ ଜଣେ ଆନ୍ତର୍ଜାତିକ ହକି ତଥା ଭାରତୀୟ ଦଳର ଜଣେ ଖେଳାଳି ଭାବେ ଘରେ ଘରେ ପରିଚିତ। କିନ୍ତୁ ଦୁର୍ଭାଗ୍ଯ ର ବିଷୟ ଯେ, ତାଙ୍କର ଜମି ବୋଲି ଇଞ୍ଚ ଟାଏ ବି ନାହିଁ ।ଏ ସବୁକୁ ବିଚାର କୁ ନେଇ ରାଜ୍ୟ ସରକାର 84 ଡିସିମିଲ ଜମି ବିରମିତ୍ରପୁର ତହସିଲ ଅନ୍ତର୍ଗତ କାଦୋବାହାଲ ପଂଚାୟତ ର ଘୋଘର ଗ୍ରାମରେ ସରକାରୀ ଜମି ଚିନ୍ହଟ କରି ଶ୍ରୀ ନିଲମ ସଞ୍ଜିବ ଖେଶଙ୍କୁ ରାଜସ୍ବ ପରିଦର୍ଶକ ଅକ୍ଷୟ କୁମାର ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ତହସିଲଦାର ଶ୍ରୀ ସୁଶାନ୍ତ କୁମାର ବେହେରା ଜମି ପଟ୍ଟା ପ୍ରଦାନ କରିଥିଲେ। ଶ୍ରୀ ନୀଲମ ସଂଜୀବ ଖେସ୍ ପଟ୍ଟା ଗ୍ରହଣ କରିବା ପରେ ସରକାର ଓ ତହସିଲଦାର, ରାଜସ୍ୱ ପରିଦର୍ଶକ ଏବଂ ସମସ୍ତ ତହସିଲ କର୍ମଚାରୀ ଙ୍କୁ କୃତଜ୍ଞତା ଜଣାଇ ଛନ୍ତି ।

ad-week
Leave A Reply

Your email address will not be published.