ସମାଜସେବୀ ଅଶୋକ ପରିଡା ସମ୍ବର୍ଦ୍ଧିତ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସ୍ୱଛାସେବୀ ଅନୁଷ୍ଠାନ ସେନସଭଲର ବାର୍ଷିକ ଉତ୍ସବ ଟିକାବାଲିର ଦାସାଗୁଡା ଠାରେ ଅନୁଷ୍ଠିତ ହୋଇଛି । ସେନସଭଲର ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ ୨୩ ତମ ବାର୍ଷିକ ଉତ୍ସବରେ ଅତିଥି ପରିଚୟ ପ୍ରଦାନ କରି ଅନୁଷ୍ଠାନର କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ।ପ୍ରାକୃତିକ ସମ୍ପଦ ଜଳ ଜମି ଜଙ୍ଗଲ ଜନ୍ତୁ ଓ ଜନଙ୍କ ସୁପରିଚାଳନା ଓ ଜୈବ କୃଷି କ୍ଷେତ୍ର ସହିତ ଜଳର ସୁବିନିଯୋଗ ପାଇଁ ସେନସଭଲ କାର୍ଯ୍ୟ କରିଆସୁଛି। ସେନସଭଲର ବାର୍ଷିକ ଉତ୍ସବରେ କନ୍ଧମାଳ ଜିଲା କୃଷି ଉପନିର୍ଦେଶକ ଓ ଟିକାବାଲି ସମିତି ଅଧ୍ୟକ୍ଷ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ଅଗ୍ରଣୀ ଚାଷୀଙ୍କ ସହ ଜିଲାର ସାମାଜିକ କର୍ମୀ ଅଶୋକ ପରିଡା ନିରଞନ ରଥ ପ୍ରମୁଖ ଅନ୍ୟ ଦଶ ଜଣ ସ୍ୱଛାସେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ଜୀବନ ବ୍ୟାପି ସମାଜ ସେବା କରି ଆସୁଥିବା ଅଶୋକ ପରିଡାଙ୍କୁ ଅତିଥି ମାନେ ପୁଷ୍ପଗୁଚ୍ଛ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ସାମାଜ ସେବା ଓ ନିଜ ଗାଁ ରେ କୃଷିକାର୍ଯ୍ୟ,ଦାଦନ ସମସ୍ୟା ବର୍ଷା ଜଳ ସମ୍ପର୍କରେ ଶ୍ରୀ ପରିଡା ବକ୍ତବ୍ୟ କରିଥିଲେ। ଏହି ଅବସରରେ ଏକ କୃଷି ସମାବେଶ ଅନୁଷ୍ଠିତ ହୋଇଥିଲା।ଗ୍ରାମବାସୀଙ୍କ ଶ୍ରମଦାନରେ ଏକ କାର୍ଯ୍ୟାଳୟ ଗୃହ ନିର୍ମାଣ କରଯାଇଛି। ଶେଷରେ କୋମଳ ଗାନ୍ଧାର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗୀତ ପରିବେଷଣ କରାଯାଇଥିଲା।ସୈନସଭଲର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।

ad-week
Leave A Reply

Your email address will not be published.