ଜିଲ୍ଲାପାଳଙ୍କ ହିଞ୍ଜିଳିକାଟୁ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା…

add-all

ହିଞ୍ଜିଳିକାଟୁ ୨୮।୨ : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମଙ୍ଗଳବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ। ପ୍ରଥମେ ହିଞ୍ଜିଳିକାଟୁ ପୌରପରିଷଦ ନୁତନ ବସଟର୍ମୀନାଲ ପରିସରକୁ ଲାଗି ଚାଲିଥିବା ନିର୍ମାଣାଧୀନ ମାର୍କେଟ କମ୍ପ୍ଲେକ୍ସ ର ସମୀକ୍ଷା କରିଛନ୍ତି। ।ମାର୍କେଟ କମ୍ପ୍ଲେକ୍ସ ତଦାରଖ କରିବା ସହ ତଦାରଖ କରୁଥିବା ପୁର୍ତବିବାଗ ସହକାରୀ ଯନ୍ତ୍ରୀ ଉମାଚରଣ ପାଢି ,ନିର୍ବାହୀ ଅଧିକାରୀ ଓ ଠିକାଦାର ଙ୍କ ସହ ଆଲୋଚନା କରିଥୁଲେ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହିଞ୍ଜିଳିକାଟୁ ପୌରପରିଷଦ ର ଦକ୍ଷିଣ ବ୍ଳକ ମାର୍କେଟ ବିଲଡିଂ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଉତ୍ତର ଵ୍ଳକ ଖୋଳାଯାଈଥିବା କାର୍ଯ୍ୟ ଉପରେ ସମୀକ୍ଷା କରିଥିଲେ। ଆହାରକେନ୍ଦ୍ର ଆଗରେ ଥିବା ମିଶନଶକ୍ତି କେଫ ଓ ପାର୍କିଂ ବ୍ୟବସ୍ଥା ନିମନ୍ତେ ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ। ଶେଷରେ ଆସିକା ସଂସଦ ଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ ହିଞ୍ଜିଳିକାଟୁ ପୌରପରିଷଦ ଏନ ହେଚ ରୋଡ କଡରେ ସିସି କ୍ୟାମେରା ଲଗାଯିବା ନେଇ ଏକ ପତ୍ର ପ୍ରଦାନ କରିଥିଲେ। ଉପସ୍ଥିତ ଥିବା ଅଧିକାରୀ ଓ ନେତୃଵୃନ୍ଦ ଙ୍କ ସହ ବିଭିନ୍ନ ସମସ୍ୟା ଓ ଉନ୍ନୟନ ପାଇଁ ଆଲୋଚନା କରିଥୁଲେ ।ଜିଲ୍ଲାପାଳ ଙ୍କ ଏହି ଗ୍ରସ୍ତ ସମୟରେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ନଗର ସଭାପତି ଭୀମସେନ ଵେହେରା, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି ,ସଞ୍ଜୟ କୁମାର ସ୍ବାଇଁ, ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୂବୁଲି ଚରଣ ବେହେରା ,ଯନ୍ତ୍ରୀ ଦିଲ୍ଲିପ କୁମାର ମିଶ୍ର,ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

ad-week
Leave A Reply

Your email address will not be published.