ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀ ପଡା ବ୍ଲକ ଦୁତିପଡ଼ା କ୍ଲଷ୍ଟର ରାଇଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚକ୍ରଧର ମାଝିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ରାଇଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶ୍ରୀ ମାଝୀ ଜଣେ ନିଷ୍ଠାପର ଉଦ୍ୟମି, ପରପୋକାରୀ, ଛାତ୍ର ବତ୍ସଳ ଥିବାରୁ ସମସ୍ତ ଛାତ୍ରଛାତ୍ରୀ ଆଜି କୋହ ଭରା ହୃଦୟରେ ବିଦାୟ ଦେଇଛନ୍ତି l ରାଇଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରୀ ମାଝିଙ୍କ ଚାକିରିର ଅବସର ସମୟ ହୋଇ ଥିବା ହେତୁ ।ତାଙ୍କୁ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଶିକ୍ଷୟିତ୍ରୀ ଏବଂ କମିଟି କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାରେ ମୂଖ୍ୟ ଅତିଥି ଭାବରେ ଦୁତିପଡା କ୍ଳଷ୍ଟର, ସି, ଆର୍,ସିସି, ଅଶୋକ କୁମାର ମଲ୍ଲିକ,ସି, ଆର୍ ସିସି,ଲକ୍ଷ୍ମଣ ନାୟକ, ବିଦ୍ୟାଳୟ କମିଟି ସଭାପତି ଚରିତ୍ର ଯାନୀ, ଶିକ୍ଷୟିତ୍ରୀ ଝରଣା ଦାସ,ଜ୍ୟୋତ୍ସ୍ନା ରାଣୀ ମଲ୍ଲିକ, ଶିବପ୍ରୟା ଦୋରା,ବନଲତା ନାୟକ ଅନୀତା ମଞୀରି ବେହେରାଙ୍କ ଶୃଙ୍ଖଳିତ ସହଯୋଗ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l

ad-week
Leave A Reply

Your email address will not be published.