ନକ୍ସଲ ପ୍ରବଣ ଅଞ୍ଚଳ ଗୋଛାପଡାଠାରେ ବିଏସଏଫ କ୍ୟାମ୍ପର ଜନ ସମ୍ପର୍କ ଶିବିର

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଗୋଛାପଡା ଠାରେ ସୀମା ସୁରକ୍ଷା ବାହିନୀର ମାଗଣା ସ୍ବାସ୍ଥ୍ୟ ଶିବିର। ନୂତନ ଭାବେ ଅବସ୍ଥାପିତ ହେଇଥିବା ଗୋଛାପଡା ସ୍ଥିତ ବିଏସଏଫ କ୍ୟାମ୍ପ ତରଫରୁ ଆଜି ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନକରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସହଯୋଗୀ କମାଣ୍ଡାଣ୍ଟ ତଥା ମେଡିକାଲ ଅଫିସର ଅଙ୍କୁଶ ରାୱଲ ପରିଚାଳନା କରିଥିଲେ । ଏହି ଶିବିରରେ ୨୦୫ଜଣ ପୁରୁଷ ଙ୍କୁ, ୧୮୦ ଜଣ ସ୍ତ୍ରୀ, ୮୫ ଶିଶୁ ଏବଂ ୮୫ ଛାତ୍ର ଛାତ୍ରୀଙ୍କୁ ସ୍ବାସ୍ଥ୍ୟ ପରିକ୍ଷା ନିରିକ୍ଷା କରାଯାଇ ଏବଂ ଆବଶ୍ୟକ ମେଡିସିନ ପ୍ରଦାନ କରାଯାଇଥିଲା । ଏହି ଶିବିର ଟିକୁ ଇନ୍ସପେକ୍ଟର କେ ଭି ସିଂ, ଏବଂ ଜଣେ ନର୍ସ ୫ ଜଣ ସବାର୍ଡିନେଟ ଅଫିସର, ୨୦ ଜଣ ଜବାନଙ୍କ ସହଯୋଗରେ ସୁଚାରୁ ରୂପେ ସମ୍ପାଦନା କରାଯାଇ ପାରିଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ସଲାଗୁଡା ସରପଞ୍ଚ ରୋହିତ କହଁର ଏବଂ ପ୍ରଧାନ ଶିକ୍ଷକ (ଉ ପ୍ରା. ବିଦ୍ୟାଳୟ ଗୋଛାପଡା) ମଧ୍ୟ ସହଯୋଗ କରିଥିଲେ। ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ସମୟରେ ଗ୍ରାମର ଶିଶୁ ଏବଂ ଗ୍ରାମବାସୀଙ୍କୁ ବିସ୍କୁଟ, ମିଠେଇ ଆଦି ବଣ୍ଟନ କରାଯାଇଥିଲା। ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବାହିନୀଙ୍କ ଏଭଳି ବିଭିନ୍ନ ପ୍ରକାରର କ୍ୟାମ୍ପ କରିବା ଦ୍ବାରା ସ୍ଥାନୀୟ ବାସିନ୍ଦା ସେମାନଙ୍କ ନିକଟତର ହେଇ ପାରିବେ ଏବଂ ସୀମା ବାହିନୀଙ୍କ ବିଶ୍ୱାସ କରି ନିର୍ଭୟ ସହକାରେ ସାଧାରଣ ଜୀବନ ଜୀବିକା ନିର୍ବାହ କରିପାରିବେ ବୋଲି ମତାମତ ରଖିଛନ୍ତି ସହଯୋଗୀ କମାଣ୍ଡାଣ୍ଟ ଶ୍ରୀ ରାୱଲ୍।

ad-week
Leave A Reply

Your email address will not be published.