୧୩ତମ ବିଜୁ ପଟ୍ଟନାୟକ ମେମୋରିଆଲ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

add-all

ବ୍ରହ୍ମପୁର : ସ୍ଥାନୀୟ ଖଲ୍ଲିକୋଟ କଲେଜ ପଡିଆ ଠାରେ, ବିଜୁବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ ଦିବସ ଉପଲକ୍ଷେ ଅlଲଫା ସ୍ପୋର୍ଟିଙ୍ଗ କ୍ଲୁବ ଆନୁକୂଲ୍ୟରେ ୧୩ ତମ ବିଜୁ ପଟ୍ଟନାୟକ ମେମୋରିଆଲ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟଟି ୫ ତାରିଖ ଠାରୁ ଆରମ୍ଭ ହୋଇ ୧୧ ତାରିଖ ଦୀର୍ଘ ୬ ଦିନ ପଯ୍ୟନ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି l ଆଜିର ଉଦାଘାଟନି ଉଛବରେ ଅତିଥି ଭାବେ ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳାଇ, C.E.O ଓଡିଶା କ୍ରିକେଟ ଆସୋସେସନ ସୁବ୍ରତ ବେହେରା, ଓଡିଶା ଷ୍ଟେଟ ପ୍ଳାନିଙ୍ଗ ବୋର୍ଡ଼ ମେମ୍ବର ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କାଜୁ ନିଗମ ଅଦକ୍ଷ ସୁଭାଷ ମହାରଣା, କର୍ପୋରେଟର ତଥା ଅଲ ଓଡିଶା ଓକିଲ ସଂଘ ସମ୍ପାଦକ ସଞ୍ଜିତ କୁମାର ପାଣିଗ୍ରାହୀ, କର୍ପୋରେଟର ସୁରେନ୍ଦ୍ର ମହାରଣା, ଅମିତ ଦାସ, ଅଲଫା ସ୍ପୋର୍ଟିଙ୍ଗ କ୍ଲୁବ ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, ଆୟନ ଯିବି ଜଗନ୍ନାଥ ମିଶ୍ର, ସୁଧିର ପାତ୍ର, ଗଞ୍ଜାମ ବାର ଆସୋସେସନ ସମ୍ପାଦକ ଦୂର୍ଗା ରାଓ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ପ୍ରଥମ ମ୍ୟାଚ ଝାରସିଂଗୁଡା(ପ୍ରୋଗସିଭ ଆସୋସିଏସନ )ବନାମ ଇଚ୍ଛାପୁର (ଆଇ ସି ସି ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଝରିସିଗୁଡା ଟସ ଜିତି ଇଛାପୁରକୁ ବ୍ୟାଟିଙ୍ଗ ପାଇଁ ନିମନ୍ତ୍ରଣ କରିଥିଲେ l

ad-week
Leave A Reply

Your email address will not be published.