ଫୁଲବାଣୀ ଓକିଲ ସଂଘ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଂଘ ପକ୍ଷରୁ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଛି l ଓକିଲ ସଂଘର ସଭାପତି ପଦବି ନିମନ୍ତେ ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଉପସଭାପତି ପଦବି ନିମନ୍ତେ ବୀଣାପାଣି ପ୍ରଧାନ, ସମ୍ପାଦକ ଭାବେ କମଳ କୁମାର ବେହେରା, ସହ ସମ୍ପାଦକ ଭାବେ ରଞ୍ଜନ କୁମାର ଦାଶ, କୋଷାଧ୍ଯକ୍ଷ ଭାବେ କୃଷ୍ଣ ଚନ୍ଦ୍ର ସେନାପତି, ଲାଇବ୍ରେରୀଆନ ପଦବୀ ନିମନ୍ତେ ଗୌରାଙ୍ଗ ଚରଣ ସ୍ଵାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଆସନ୍ତା ୧୦/୦୩ /୨୩ ରେ ନାମାଙ୍କନ ପତ୍ର ଦାଖଲର ଯାଂଚ ହେବ ଏବଂ ବୈଧ ତାଲିକା ୧୧/୩/୨୩ ରେ ବାହାରିବ l ସେହିପରି ନାମାଙ୍କନ ପତ୍ର ପ୍ରତ୍ଯାହାର ତାରିଖ ଆସନ୍ତା ୧୨ ତାରିଖ ନିର୍ଦ୍ଧାରିତ କରାଯାଇଛି l ଶେଷ ତାଲିକା ବାହାରିବା ପରେ ୨୫/୦୩ /୨୩ ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ଆଇନଜୀବୀ ତଥା ନିର୍ବାଚନ ଅଧିକାରୀ ଭି ଭି ରାମଦାସ ସୂଚନା ଦେଇଛନ୍ତି l

ad-week
Leave A Reply

Your email address will not be published.