
ଚିତ୍ରକୋଣ୍ଡା : ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତ ଗୌଡ଼ଗୁଡ଼ା ଗ୍ରାମ ସ୍ଥିତ କେଉଁ ଆଦିମ କାଳରୁ ପାଳିତ ହେଇ ଆସୁଅଛି ଆଦିବାସୀଙ୍କ ପାରମ୍ପରିକ ହଳପଡ଼ା ଯାତ୍ରା l ଚଳିତ ବର୍ଷ ମଧ୍ୟ ଗୌଡ଼ଗୁଡ଼ା ରାଧାକୃଷ୍ଣ ମନ୍ଦିରରେ ପାରମ୍ପରିକ ପୂଜାଵିଧି ମୁତାବକ ପାଳିତ ହେଉଅଛି ହଳପଡା ଯାତ୍ରା ଶୁଭ ମୃହୁର୍ତରେ ଏହି ହଳପଡ଼ା ଯାତ୍ରା ର ପୂଜାବିଧି ଅବସରରେ ସାମିଲି ହୋଇଛନ୍ତି ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ଉପାଧ୍ୟକ୍ଷ ପଦ୍ମନାଭ ଦାମୀ, ଦୋରାଗୁଡ଼ା ସରପଞ୍ଚ ଭଗବତୀ ନାୟକ, ନୂଆଗୁଡା ସରପଞ୍ଚ ଶଶୀ ଖିଲ, ଗୁଣ୍ଠାୱାଡ଼ା ସରପଞ୍ଚ ତ୍ରିନାଥ କ୍ରିସାନି, ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l ଦୀର୍ଘ ଦିନ ଧରି ଉକ୍ତ ସ୍ଥାନରେ ବହୁ ଆଡମ୍ବର ସହକାରେ ହଳପଡ଼ା ଯାତ୍ରା ପାଳିତ ହେଉଅଛି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ହଜାର ହଜାର ଭକ୍ତ ଙ୍କ ଜନ ସମାଗମ ଦେଖିବାକୁ ମିଳେ ଯାତ୍ରା ର ମୁଖ୍ୟ ଆକର୍ଷଣ ଅଧା ରାତିରେ ଏକ ଶହ ଫୁଟ ଲମ୍ବର ସୁନ୍ଦର ସ୍ତମ୍ଭ ଆକୃତିର ଭାଡ଼ି ଓ ଗଦା କରାଯାଇ ଅଗ୍ନି ସଂଯୋଗ କରି ସେଥିରେ ବିଭିର୍ଣ୍ଣ ଫଳମୂଳ ପକାଇ ବିଶ୍ୱ ତଥା ଅଞ୍ଚଳର ଶାନ୍ତି ମନାସିଥାନ୍ତି l ମନ୍ଦିରର ଉର୍ନତିକରଣ ଏବଂ ହଳପଡ଼ା ଯାତ୍ରା ପଡିଆରେ ବିକାଶ ନିମନ୍ତେ ଅଗ୍ରାଧିକାର ଦିଆଯିବ ବୋଲି ପ୍ରକାଶ କରିଥିଲେ ବ୍ଲକ ଅଧକ୍ଷା ଖିଲ l ଆଦିବାସୀ ନାଟକ, ଲାଇଟ ଦୋକାନ ବଜାରରେ ଗମ୍ପିଉଠିଥାଏ ଉକ୍ତ ଅଞ୍ଚଳ l ଉକ୍ତ କାର୍ଯ୍ୟକ୍ରମ କୁ ହଳପଡ଼ା ଯାତ୍ରା କମିଟି ପରିଚାଳନା କରିଥିଲେ l