ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

add-all

ସୁନ୍ଦରଗଡ଼ : ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି | ଉକ୍ତ  କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇ ଥିଲେ ଏବଂ ସମାଜରେ ମହିଳାମାନେ ସ୍ୱାବଲମ୍ବୀ ହେଲେ ପରିବାରର ଉନ୍ନତି ସାଧିତ ହୋଇଥାଏ ତଥା ସମାଜର ମଧ୍ଯ ବିକାଶ ହୋଇଥାଏ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ | କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ , ଡି.ଏସ୍.ପି ଦ୍ରୌପଦୀ ଦାସ, ସମାଜସେବୀ ସ୍ନେହଲତା ପଟେଲ, ଶୁଭଶ୍ରୀ ରାୟ, ସୁରକ୍ଷା ଅଧିକାରୀ ଚୁଲେସ୍ଵରି ପଟେଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ , ବାଲ୍ୟ ବିବାହ ନିବାରଣ ଜିଲ୍ଲା ସଂଯୋଜିକା ମିନାକ୍ଷୀ ପ୍ରଧାନ, ପ୍ଲାନ୍ ଇଣ୍ଡିଆ ର ଜିଲ୍ଲା ସଂଯୋଜକ, ସମସ୍ତ ସି.ଡି.ପି.ଓ. ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ସୁରକ୍ଷା ଅଧିକାରୀ ଶ୍ରୀମତୀ ପଟେଲ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପାଳନ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ଦ୍ବାରା ଶ୍ରେଷ୍ଠ ସି.ଡି.ପି.ଓ. , ଶ୍ରେଷ୍ଠ ସୁପରଭାଇଜର , ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଏବଂ ଗୋଟିଏ ସଖୀ ଓ ଗୋଟିଏ ସଖାଙ୍କୁ ପ୍ରମାଣପତ୍ର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା | କାର୍ଯ୍ଯକ୍ରମକୁ ଶ୍ରୀମତୀ ସୁଶୀଳା ରଥ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.