
ଗୋପାଳପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛି ମହିଳା ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶଙ୍କ ତତ୍ତ୍ୱବଧାନରେ ଏବଂ ଯୁବ ବିଜେଡି ନେତା ସନ୍ତୋଷ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ହଜାର ହଜାର ମହିଳା ଯୋଗଦେଇଥିଲେ। ମହିଳାଙ୍କୁ ସଶକ୍ତ କରିବାରେ ଓଡିଶା ଦେଶରେ ମଡେଲ ହୋଇଛି। ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବାରେ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି ବୋଲି ଶ୍ରୀ ଗୋପବନ୍ଧୁ ଦାଶ ନିଜ ଉଦ୍ବୋଧନ ଦେଇଥିଲେ। ରାଜ୍ୟ ସରକାରଙ୍କ ଯୋଗୁଁ ଓଡ଼ିଶାର ମହିଳା ମାନେ ନୂଆ ପରିଚୟ ପାଇଛନ୍ତି ବୋଲି ଅତିଥି ଭାବେ ଯୋଗଦେଇଥିବା ବିଜେଡି ଷ୍ଟାର ପ୍ରଚାରକ କୁନା ତ୍ରିପାଠୀ କହିଥିଲେ।
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ଯୋଗଦେଇ ରାଜ୍ୟ ସରକାର ମହିଳା ମାନଙ୍କ ବିକାଶ ପାଇଁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେଇଛନ୍ତି ବୋଲି କହିଥିଲେ।। ଓଡିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲାଉପସଭାନେତ୍ରୀ ଏସରଜେଶ୍ଵରୀ ଦୋରା, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସି ଏଚ ଉଷା ରାଣୀ, ଉପାଧକ୍ଷା ଅନିତା ମହାଙ୍କୁଡ, ରଙ୍ଗେଇଲୁଣ୍ଡା ବ୍ଲକ୍ ସଭାପତି ଅଜିତ୍ କୁମାର ଦାଶ, ରଙ୍ଗେଇଲୁଣ୍ଡା ଗୋପାଳପୁର ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ଏ ଜାନକୀ ରାମ, ୫୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ୫୫ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ତଅପୋଇ ଦାସ, ୧୦ଜୋନ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ନାୟକ, , ପୂର୍ବତନ ବ୍ଲକ ଅଧ୍ୟକ୍ଷା ପି କମଳା ରେଡ଼ି, କୁକୁଡ଼ାଖଣ୍ଡି ବ୍ଲକ ପୂର୍ବତନ ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ, ରଙ୍ଗେଇଲୁଣ୍ଡା ବ୍ଲକ ମହିଳା ସଭାନେତ୍ରୀ ଏସ ମେନକା ରେଡ୍ଡୀ, ରଙ୍ଗେଇଲୁଣ୍ଡା ବ୍ଲକ ଯୁବ ସଭାପତି ବିନୋଦ କୁମାର ମହାଙ୍କୁଡ଼,ବ୍ଲକ ବିଜେଡି ଉପସଭାପତି ସିଏଚ ଡିଲେଶ୍ୱର ରେଡ଼ି, ସାଧାରଣ ସମ୍ପାଦକ ପ୍ରତାପ କୋଠିଆ, ଜିଲ୍ଲା ଛାତ୍ର ସଭାପତି ପ୍ରସାନ୍ତ କୁମାର ପଣ୍ଡା ,କର୍ପୋରେଟର ମଳୟ ବିଷୋୟୀ, ସ୍ୱର୍ଣ୍ଣଲତା ସାବତ ,ସମାଜସେବୀ ରାମହରିପାତ୍ର,ଯୁବ ନେତା ଅନାମ ପାତ୍ର, ଗୋପାଳପୁର ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟାସମେତ ବହୁ ବିଜେଡ଼ି କର୍ମୀ ଏହି ସମାବେଶ ଯୋଗଦେଇଥିଲେ ।ଏହି ଅବସରରେ ଦଳର ସଙ୍ଘଠନ କୁ ସୁଦୃଢ କରିବାରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବାପଞ୍ଚାୟତ ସ୍ତରରେ ମହିଳା କର୍ମୀଙ୍କୁ ଅତିଥିମାନଙ୍କ ଦ୍ଵାରା ସଂମ୍ମାନୀତ କରାଯିବ ସହିତ ଆହୁରି ଦଳପାଇଁ କାମ କରିବା ପାଇଁ ଉତ୍ସାହିତ କରାଯାଇଥିଲା।