ବିଜୁ କନ୍ୟାରତ୍ନ ଯୋଜନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

add-all

ହିଞ୍ଜିଳିକାଟୁ ୧୦/୩ : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ହିଂଜିଲିକାଟୁ ବ୍ଲକ୍ ସମ୍ମିଳନୀ କକ୍ଷରେ ବିଜୁ କନ୍ଯା ରତ୍ନ ଯୋଜନା ଉପରେ ଜନପ୍ରତିନିଧିଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଡିପିଓ ଗାଙ୍ଗୀ ସୁବୁଦ୍ଧିଙ୍କ ଅଧ୍ଯକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ତଥା ଜୁବେନାଲ ଜଷ୍ଟିସ ବୋର୍ଡର ସଦସ୍ୟ ଅମୀୟ କୁମାର ତ୍ରିପାଠୀ ,ଜିଲ୍ଲା ସଂଯୋଜକ ଶିବ ପ୍ରସାଦ ରଥ, ଅତିରିକ୍ତ ବିଡ଼ିଓ ଅରୁଣ କୁମାର ପ୍ରଧାନ,ବ୍ଲକ ଉପାଦକ୍ଷ ସୁନୀଲ ଗନ୍ତାୟତ ପ୍ରମୁଖ ଯୋଗ ଦେଇ ବ୍ଲକର ଜନପ୍ରତିନିଧି ମାନଙ୍କୁ ସମାଜରେ ଘଟୁଥିବା କନ୍ୟା ଭୃଣ ହତ୍ୟାକୁ କିପରି ରୋକିବା ସହ କନ୍ୟାସନ୍ତାନର ସ୍ବାସ୍ଥ୍ୟ, ପୃଷ୍ଟି, ନିରାପତ୍ତା ଏବଂ ବଞ୍ଚିରହିବା ସୁନିଶ୍ଚିତ କରିବା, ନିର୍ଭିକ ଭାବେ ମତ ପ୍ରକାଶ କରିବା ଏଥିପାଇଁ ଆଇନ ଓ ନିଜସ୍ୱ ଉପାୟ ସରକାର ତରଫରୁ କଣ ଵ୍ୟବସ୍ଥା ରହିଛି ସେ ସମ୍ପର୍କରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାପରିସଦ,ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.