
ବ୍ରହ୍ମପୁର : ତ୍ରିବେଣୀ ନଗର ଅଚଂଳରେ ଥିବା ବଡ଼ ନାଳ ନିର୍ମାଣ କରିବା ପାଇଁ ବାରମ୍ବାର ଦାବୀ ହୋଇଛି । ଏହି ନାଳର ପୁର୍ନରୁଦ୍ଧାର ହୋଇନଥିବା ଯୋଗୁଁ ବର୍ଷା ଜଳ ନିଷ୍କାସନରେ ଦେଖାଦେଇଛି ସମସ୍ୟା । । ନାଲର ସ୍ଥାନେ, ସ୍ଥାନେ ପୋଲିଥିନ ଏବଂ ଘାସ, ଅଳିଆ ଆବର୍ଜନା ରେ ପୋତି ହୋଇଯାଇଛି ବଡ଼ ନାଳ।। ନାଳକୁ ପରିଷ୍କାର ଏବଂ କାଦୁଅ ମାଟି ବାହାର କରାଯାଉନଥିବା ଯୋଗୁଁ ପାଣି ଜମା ହୋଇ ଦୁର୍ଗନ୍ଧ ହେବା ସହିତ ମଶା, ଉପଦ୍ରବ ବୃଦ୍ଧି ପାଉଛି ,ଫଳରେ ଅଚଂଳବାସୀ ଟାଇଫେଡ଼୍, ମ୍ୟାଲେରିଆ, ଡ଼େଙ୍ଗୁ ଆଦି ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ । ବର୍ଷା ସମୟରେ ବର୍ଷା ଜଳ ନିଷ୍କାସନ ହୋଇନପାରି ନାଳ ନର୍ଦ୍ଦମା ପାଣି ଘରେ ମଧ୍ୟରେ ପ୍ରବେଶ କରୁଛି । ବର୍ଷା ଦିନେ ଅଚଂଳବାସୀ ବହୁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ପ୍ରାୟ ୭୦ରୁ ଉର୍ଦ୍ଧ୍ବ ବର୍ଷ ଧରି ଏହି ବଡ଼ ନାଳ ଜଳ ସେଚନ ନିମନ୍ତେ ବ୍ୟବସ୍ଥା ରହିଥିଲା।ପରେ ଏହି ଅଂଚଳରେ ଜନବସତି ଗଢିଉଠି ଥିଲା।ବହୁ ବର୍ଷ ଧରି ଏହି ବସ୍ତିବାସୀ ରହି ଆସୁଥିଲେ ମଧ୍ୟ ନାଲର ଏଯାବତ କୌଣସି ପୁର୍ନଉଧାର ନିମନ୍ତେ ପଦକ୍ଷେପ ନିଆଯାଇନି। ଜଳ ସେଚନ ବିଭାଗ ଅଧୀନରେ ଏହି ନାଳ ରହିଥିଲା ପରେ ଏହା ବ୍ରହ୍ମପୁର ମହାନଗର ନିଗମ କୁ ହସ୍ତାନ୍ତର କରାଯାଇଥିବା ଅଞ୍ଚଳବାସୀ ସୂଚନା ଦେଇଛନ୍ତି।ତେବେ ଉଭୟ ଜଳ ସେଚନ ଏବଂ ବ୍ରହ୍ମପୁର ମହାନଗର କର୍ତ୍ତୃପକ୍ଷ ଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି।।ନିକଟରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହାର ଉଦ୍ଧାର ପାଇଁ କାର୍ଯ୍ୟାଦେଶ ପାଇଁ ଶୁଭ ଦିଆ ଯାଇଥିବା ବେଳେ କେବଳ ଫଳକରେ ସୀମିତ ରହିଛି ବଡ଼ ନାଳ ଉଦ୍ଧାର କାର୍ଯ୍ୟ।ପୂର୍ବରୁ ମହାନଗର ନିଗମ ପକ୍ଷରୁ ୧୩୬୬ମିଟର ଏହି ନାଲର ପୁନଃ ଉଦ୍ଧାର ପାଇଁ ୧୮.କୋଟି ୪୨ ଲକ୍ଷ ଟଙ୍କାରେ ଏକ କାର୍ଯାଦେଶ ପାଇଁ ନୋଟିସ ଜାରି କରିଥିଲେ ମଧ୍ୟ ତାହା କୌଣସି କାର୍ଯ୍ୟକାରୀ ହୋଇ ପାରିନି। ତେବେ ବାରମ୍ବାର ପ୍ରତିଶ୍ରୁତି ରେ ସୀମିତ ରହୁଛି ନାଳ କାମ ।ଯାହାକୁ ନେଇ ଅଞ୍ଚଳ ବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବା ସହ ବଡ଼ ନାଳର ପୁର୍ନରୁଦ୍ଧାର କରି ବଡ଼ ନାଳ ନିର୍ମାଣ ପାଇଁ ଦାବୀ କରୁଛନ୍ତି ସାହି ବାସିନ୍ଦା । ଯଦି ମହାନଗର ନିଗମ କର୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଉଚ୍ଚନ୍ୟାଳୟଙ୍କ ଦ୍ୱାରସ୍ତ ହେବେ ବୋଲି ଚେତାବନୀ ଦେଇଛନ୍ତି ଅଚଂଳବାସୀ । ଏହି ଅବସରରେ ଲକ୍ଷ୍ମୀ ମହାରଣା, ସୁରେଶ ମହାରଣା, କୁନ୍ତଳା ସାହୁ, ବୁଲୁ କୁମାର ବେହେରା, ଭଗବାନ ମହାରଣା, ନମିତା ମହାରଣା, ଜିତେନ୍ଦ୍ର ସାହୁ, ସୁବାସ ବେହେରା, ରଂଜିତ୍ ମହାନ୍ତିଙ୍କ ସମେତ ବହୁ ଅଚଂଳବାସୀ ଉପସ୍ଥିତ ଥିଲେ ।