ମର୍ଣିଙ୍ଗ କ୍ରିକେଟ କ୍ଳବର ପଞ୍ଚଵାର୍ଷିକି ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

add-all

ହିଞ୍ଜିଳିକାଟୁ ୧୦।୩ : ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିସରରେ ପଞ୍ଚମ ବାର୍ଷିକ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ମର୍ଣିଙ୍ଗ କ୍ରିକେଟ କ୍ଳବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ରେ ୧୬ ଗୋଟି ବଛା ବଛା ଦଳ ଭାଗ ନେଵେ। ଶୁକ୍ରବାର ସନ୍ଧ୍ୟାରେ ଦିବାରାତ୍ର କିର୍କେଟ ଟୁର୍ଣ୍ଣାମେଣ୍ଟ କୁ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ବିଜେଡି ଯୁବ ସଂଗଠକ ତଥା ପୂର୍ବଖଣ୍ଡ ତାଲୁକା ବଢେଇ କୁଳ ସଭାପତି ଅଜୟ କୂମାର ମହାରଣା, ପ୍ରେସକ୍ଳବ ହିଞ୍ଜିଳିକାଟୁ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା, ବିଜେଡି ଓଡିଶା ମୋ ପରିବାର ସମ୍ପାଦକ ନିଳମଣୀ ପଟ୍ଟନାୟକ, ଵିଜେଡି ନେତା ପ୍ରଦିପ କୁମାର ପଣ୍ଡା ଓ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା ଯୋଗଦେଇ ପ୍ରଦ୍ଵିପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ ରଜ ରୋୟାଲ ଷ୍ଟ୍ରାଇକର ଵ୍ରହ୍ମପୁର ଦଳ ସହ ଵ୍ଳାକ କମାଣ୍ଡୋ ସମରଝୋଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଟସ ଜିତି ଵ୍ରହ୍ମପୁର ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ରେ ରୋମାଞ୍ଚକର ଜଣାଶୁଣା ଏମ୍ପାର ମିଥୁନ ଓ ଆଲୋକ ପାତ୍ର ପରିଚାଳନା କରିଥିଲାବେଳେ ସ୍କୋରର ଦିପକ ବେହେରା ଓ ନୀଳାମ୍ବର ସାହୁ ଦାୟୀତ୍ୱ ତୁଲାଇଥିଲେ। ଉଦଘାଟନ ମ୍ୟାଚକୁ ମର୍ଣିଙ୍ଗ କ୍ରିକେଟ କ୍ଳବ ସଭାପତି ନିଶିକାନ୍ତ ପଣ୍ଡା, ପରିଚାଳନା ସଭାପତି କାଉନସିଲର ବିଭୁ ପ୍ରସାଦ ପଣ୍ଡା, ସମ୍ପାଦକ ଚନ୍ଦ୍ରଶେଖର ସାହୁ, ଜଗନ ଡାକୁଆ, ଅମୂଲ୍ୟ ପଣ୍ଡା, ଭଗବାନ ପାତ୍ର, ଶ୍ରୀଧର ମହାରଣା, ମୁନା ମହାରଣା, ଚିନମୟ ପଣ୍ଡା, ରାଜା ସାମଲ, ସୁରଜ, ଦିନେଷ, ସନ୍ତୋଷ ଆଚାରୀ କାଉନସିଲର ଅମୂଲ୍ୟ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.