ବ୍ଲକ କଂଗ୍ରେସର ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

add-all

ଦାରିଙ୍ଗବାଡ଼ି,୧୦/୦୩ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମହକୁମା ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଥିବା ଦେଖିବାକୁ ମିଳିଛି। ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ ଜିଲା କଂଗ୍ରେସ ମହିଳା ସଭାନେତ୍ରୀ ରୁଦା ମଲିକ ଙ୍କ ନେତୃତ୍ୱ ଏବଂ ଶ୍ୟାମଘନ ପ୍ରଧାନ ଓ ଶରତ ପ୍ରଧାନଙ୍କ ସହଯୋଗରେ ବିକ୍ଷୋବ କରାଯାଇଥିବା ଜଣାପଡିଛି। ବିକ୍ଷୋବର ମୁଖ୍ୟ ଉଦେଶ୍ୟ ହେଲା ପ୍ରଧାନ ମନ୍ତ୍ରୀଙ୍କ ସହିତ ବିଜେପି ସରକାରଙ୍କ ପୁଞ୍ଜିପତି ଆଦାନୀଙ୍କ ସହିତ ସମ୍ପର୍କ ଯୋଗୁଁ କିଭଳି ଭାବରେ ଦେଶର ସମସ୍ତ ଗୁରୁତ୍ୱ ପୂର୍ଣ ସମ୍ପତି ଏବଂ ଭାରତ ବର୍ଷର କୋଟି କୋଟି ଜନ ସାଧାରଣଙ୍କ ବ୍ୟାଙ୍କରେ ସଞ୍ଚିତ ଅର୍ଥ ଏବଂ ଏଲଆଇସିରେ ଥିବା ଜମା ରାଶିକୁ କେନ୍ଦ୍ର ସରକାର ଚାପ ପକାଇ ଆଦାନୀ ଗୃପ ଅପ କମ୍ପାନୀ ମାନଙ୍କରେ ପୁଞ୍ଜି ବିନିଯୋଗ କରାଇ ଛନ୍ତି , ଜତଦ୍ୱାରାକି ଆଜି ଭାରତ ବର୍ଷର ଜନ ସାଧାରଣଙ୍କ ଜମା ରାଶି ସୁରକ୍ଷିତ ନୁହଁ । ଏହାକୁ ଜନ ସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ପ୍ରତ୍ୟକ ବ୍ୟାଙ୍କ ସମୁଖରେ ବିକ୍ଷୋବ କରାଯାଇଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ନାଗେଶ୍ୱର ପ୍ରଧାନ, ସାମସନ ଦିଗାଲ, ରାମଦେଓ ପ୍ରଧାନ,ରାମପତି ପ୍ରଧାନ, କୁଟୁଲା ପ୍ରଧାନ, ଯୁଗେନ୍ଦ୍ର ପ୍ରଧାନ, ବିଳାସିନୀ ନାୟକ, ପୂର୍ବତନ ବିଧାୟକ, ଯାକବ ପ୍ରଧାନ,ଥମାସ ପ୍ରଧାନ,ତ୍ରିଲୋଚନ ପ୍ରଧାନଙ୍କ ସହିତ ବ୍ଲକ ଅଞ୍ଚଳର ବହୁ ବରିଷ୍ଠ କର୍ମୀ ସମୁହ ବିକ୍ଷୋବରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.