ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଡ୍ରେସ କୋଡ଼ ବର୍ଜ୍ଜନ ସହ କଳା ବ୍ୟାଜ ପିନ୍ଧି ପ୍ରତିବାଦ

add-all

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଜୁନିଅର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ତିନି ଦଫା ଦାବି ନେଇ ଗତ ୧୦ ତାରିଖ ଦିନ ରାଇଘର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ,5ଟି ମୁଖ୍ୟ ଶାସନ ସଚିବ ଓ ଗଣ ଶିକ୍ଷା ବିଭାଗକୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଦାବି ଗୁଡ଼ିକ ହେଲା, ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ ଓ ଛଅଟି ଇନ୍କ୍ରିମେଣ୍ଟ , କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ , ପୁରୁଣା ପେନସନ ଲାଗୁ କରିବା | ଏହାକୁ ନେଇ ବିଗତ ବର୍ଷ ନଭେମ୍ବର 26 ରିକ 2022 ରେ ପ୍ରାଥମିକ ଶିକ୍ଷକ ସଂଘ ଦ୍ଵାରା ରାଲି କରି ମୁଖ୍ୟମନ୍ତ୍ରୀ, 5 ଟି ମୁଖ୍ୟ ଶାସନ ସଚିବ ଓ ଗଣ ଶିକ୍ଷା ବିଭାଗକୁ ଦାବି ପତ୍ର ଗୋଷ୍ଠୀ ଶିକ୍ଷାଧିକାରୀ ରାଇଘରଙ୍କ ଜରିଆରେ ପ୍ରଦାନ କରିଥିଲେ | କିନ୍ତୁ ଏହାର ଫଳ ଶୂନ୍ୟ |

ସରକାର ପ୍ରାଥମିକ ଶିକ୍ଷକ ସଂଘର ଦାବିକୁ କର୍ଣ୍ଣ ପାତ ନ କରି ବେଖାତିର କରି ହେୟ ମନୋଭାବ ଦୃଷ୍ଟିରେ ଦେଖିଛନ୍ତି l ଏଣୁ ତିନି ଦଫା ଦାବିର ବିଳମ୍ୱ ଯୋଗୁଁ ଗୁରୁବାର ଠାରୁ ରାଇଘର ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘ ଡ୍ରେସ କୋଡ଼ ବର୍ଜ୍ଜନ ସହ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରୁଛନ୍ତି l ଆସନ୍ତା ୧୫ ତାରିଖରୁ ୧୭ ତାରିଖ ଯାଏଁ ଓଡ଼ିଶାର ମିଳିତ ପ୍ରାଥମିକ ଶିକ୍ଷକ ଓ ଶିକ୍ଷ୍ୟତ୍ରୀ ମାନେ ଭୁବନେଶ୍ୱରେ ତିନି ଦିନ ଧରି ରାଜ ରାସ୍ତାରେ ଧାରଣା ଦେଇ ଦାବି ପୁରଣ ପାଇଁ ଶାନ୍ତି ସହ ବିକ୍ଷୋଭ ପ୍ରଦର୍ଶନ କରିବେ ନିଷ୍ପତି ନେଇଛନ୍ତି l ଆଜିର ଏହି ଦାବି ପତ୍ର ରାଇଘର ଗୋଷ୍ଟୀ ଶିକ୍ଷାଧିକାରୀଙ୍କ ପ୍ରଦାନ କରିବା ସମୟରେ ଜ଼ିଲ୍ଲାର ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ସନ୍ତୋଷ କୁମାର ପାତ୍ର ନବରଙ୍ଗପୁରର ଉପସ୍ଥିତ ରହିବା ସହିତ ରାଇଘର ବ୍ଲକର ଶତାଧିକ ମିଳିତ ପ୍ରାଥମିକ ଶିକ୍ଷକ ସଂଘର, ଶିକ୍ଷକ ଓ ଶିକ୍ଷ୍ୟତ୍ରୀ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.