
ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସପ୍ତାହ ବ୍ୟାପି ଚାଲିଥିବା ବିଶ୍ୱ ମହିଳା ଦିବସ ର ଉଦଯାପନୀ କାର୍ଯ୍ୟକ୍ରମ ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଏଡିଏମ ପ୍ରିୟରଞ୍ଜନ ପୃଷ୍ଟି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଭି କୀର୍ତି ଭାସନ, ଜିଲ୍ଲା ପରିଷଦ ଉପାଧକ୍ଷା ଏସ ରାଜେଶ୍ୱରୀ ଦୋରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶୁଭଶ୍ରୀ ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, କଲ୍ୟାଣି ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଆସିକା ଏନ ଏ ସି ଉପାଧ୍ୟାକ୍ଷା ଜୟନ୍ତୀ ବିଷୋୟୀଙ୍କୁ ସମ୍ମାନିତ କରିଛନ୍ତି l ଶ୍ରୀମତୀ ବିଷୋୟୀ ପ୍ରଥମେ ଜଣେ ସ୍ୱୟଂ ସହାୟକ ଦଳରେ ସଦସ୍ୟ ରହି ୱାର୍ଡ ର ମହିଳା ମାନଙ୍କ ସେବା କରି ଆସୁଥିଲେ l ଗତ ପୌର ନିର୍ବାଚନ ରେ ଆସିକା ଏନ ଏ ସି ରୁ ପ୍ରଥମେ କାଉନସିଲର ଏବଂ ତାପରେ ଉପାଧ୍ୟାକ୍ଷା ରୂପେ ଦାୟିତ୍ୱ ନେଇ ନିଷ୍ଠାପର ସହ କାର୍ଯ୍ୟ କରିଆସୁଛନ୍ତି l ପୁରୁଷ ପ୍ରାଧାନ୍ୟ ସମାଜରେ ଜଣେ ମହିଳା ହୋଇ ନେତୃତ୍ୱନେବା,ପରୋଉପକାରୀ ଏବଂ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନିୟ କାର୍ଯ୍ୟ ଦକ୍ଷତା ପାଇଁ ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଏଭଳି ଜଣେ ମହିଳା ଉପାଧ୍ୟାକ୍ଷା କୁ ମନୋନୀତ କରି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ସଂମ୍ମାନିତ କରିଛନ୍ତି l ଶ୍ରୀମତି ବିଷୋୟୀ ଏହାର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ, ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ,ସୁରେଶ ବିଷୋୟୀ,ଭଗବାନ ସାହୁ, ସାଗର ସାବତ,ରାଜେଶ ପଟନାୟକ, ତାରିଣୀ ସେନାପତି, ଦିଲୀପ ପାଣିଗ୍ରାହୀ,ବ୍ଲକ ଅଧକ୍ଷ ତ୍ରିବେଣୀ ନାହକ, ଶିବ ନାହକ,ଜିଲ୍ଲା ପରିଷଦ ସଦସ୍ୟ ମନୋଜ ଦୋରା,ଜିଲ୍ଲା ପରିଷଦ ସଭ୍ୟା ବ୍ଲକ ଉପାଧ୍ୟାକ୍ଷାଏସ ରେଶମା ଦୋରା ,ସରପଞ୍ଚ ଜୟନ୍ତୀ ବେହେରା, ସରପଞ୍ଚ ଜୟନ୍ତୀ ସେଠି, ମହିଳା ନଗର ସଭାପତି ରଶ୍ମିତା ସେନାପତି,କାଉନସିଲର ପ୍ରଦୀପ ଗୌଡ଼ ,ନିଗମ ରାଉତ, ସରୋଜ ଭଞ୍ଜ, ରାଘବ ସିଅ,ମଦନ ନାଏକ,ରାଜେଶ ପଟନାୟକ, ପ୍ରମୁଖ ଶୁଭେଚ୍ଛା ଜଣାଇ ଛନ୍ତି l