ଜିଲାସ୍ତରରେ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ ପୁରସ୍କୃତ

add-all

ଦାରିଙ୍ଗବାଡ଼ି, ୧୧/୦୩ : ଦାରିଙ୍ଗବାଡ଼ି ବ୍ଲକ କନ୍ଧମାଳ ଜିଲ୍ଲାର ସର୍ଵ ବୃହତ ବ୍ଲକ ଅଟେ। ବ୍ଲକ ଅଧୀନରେ ୨୫ ଗୋଟି ଗ୍ରାମ ପଞ୍ଚାୟତ ରହିଛି। ଏହି ବ୍ଲକର ୨୫ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ବୁଡ଼ାଗୁଡା ପଞ୍ଚାୟତକୁ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରୁସ୍କାର ମିଳିଛି। ଜିଲା ସ୍ତରୀୟ ପଞ୍ଚାୟତ ରାଜ ଦିବସ ଓ ଲୋକ ସେବା ଦିବସ ପାଳନ ଅବସରରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଡ଼ାଗୁଡା ପଞ୍ଚାୟତକୁ ପୁରସ୍କୃତ କରା ଯାଇଛି।

ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ନାୟକଙ୍କୁ ସାର୍ଟି ଫିକେଟ ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛନ୍ତି। ପୁରସ୍କାର ପ୍ରଦାନ ସମୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ ଉପସ୍ଥିତ ଥିଲେ। ଏଣୁ ବ୍ଲକ ଅଞ୍ଚଳର ସରକାରୀ ବେସରକାରୀ ସହିତ ପ୍ରତ୍ୟକ ମହଲରୁ ସରପଞ୍ଚ ତାତୁରା ପ୍ରଧାନକୁ ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.