ଗଞ୍ଜାମ ଓକିଲ ସଂଘ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା

add-all

ବ୍ରହ୍ମପୁର : ଗଞ୍ଜାମ ଓକିଲ ସଂଘ ନିର୍ବାଚନ ପାଇଁ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ସଙ୍ଘ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଚୂଡାନ୍ତ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛନ୍ତି । ସଭାପତି ଭାବେ ଡ଼.ଶିଵ ପ୍ରସାଦ ମିଶ୍ର, ଜଗତ ପଟ୍ଟନାୟକ,ସୁଧାଂଶୁ ଶେଖର ପଣ୍ଡା, ମିନତୀ ରଥ, ଲକ୍ଷ୍ମୀ ନାରାୟଣ ପତି,ରବୀନ୍ଦ୍ର କୁମାର ଦେଓ ଙ୍କ ନାମ ଘୋଷଣା କରିଛନ୍ତି।ସେହିପରି ଉପସଭାପତି ପଦବୀ ପାଇଁ ଏମ. ଚନ୍ଦ୍ର ଶେଖର, ଦିଲୀପ କୁମାର ପାତ୍ର, ସମ୍ପାଦକ ପଦଵୀ ପାଇଁ ଟିଟୁ କୁମାର ପାତ୍ର, ଟି ଭେଙ୍କଟ ରାଓ,ସୁଧୀର କୁମାର ମିଶ୍ର, ଶିଵ ନାରାୟଣ ସାହୁ, ଜ୍ୟୋତି ପ୍ରସାଦ ଛୋଟରାୟ,ଅନୀଲ କୁମାର ପଣ୍ଡା ଏବଂ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ଗିରିଜା ଶଙ୍କର ବେହେରା, ତାପସ ସାହୁ,ଜେ. ଶ୍ରୀନିବାସ ଙ୍କ ନାମ ଘୋଷଣା କରିଛନ୍ତି।ଆସନ୍ତା ନିର୍ବାଚନ ରେ ଉକ୍ତ ପ୍ରତିଦ୍ୱନ୍ଦୀ ମନେ ପ୍ରତିଦ୍ବନ୍ଦିତା କରିବେ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ଅକ୍ଷୟ ପଟ୍ଟନାୟକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.