
ହିଞ୍ଜିଳିକାଟୁ ୧୩।୩ : ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟସବୁ ବେଳେ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଅବ୍ୟବସ୍ଥା ଘେରକୁ ଠେଲି ହୋଇଗଲାଣି। କେତେବେଳେ ଡାକ୍ତର ମାନେ ଆଶାମାନଙ୍କ ଦ୍ବାରା ଲାଞ୍ଚ କାରବାର ରେ ଜଡିତ ତ କେତେବେଳେ ପରୀକ୍ଷା ଗାରରେ ବାହାର ପ୍ରେସ୍କିସନ୍ ନେଇ ପରୀକ୍ଷା କରିବା । ପ୍ରେସିସନରେ ୱୌଷଧ କିଣି ଆଣି ବାକୁ ମେଡିକାଲ ବାହାରୁ ଘରୋଇ ମେଡ଼ିକାଲ ଷ୍ଟୋରକୁ ପଠାଉଥିବା ଏପରି ଅନେକ ଅଭିଯୋଗରେ ଛନ୍ଦି ହୋଇଛନ୍ତି ବାବୁ ମାନେ। ଏନେଇ ହିଞ୍ଜିଳିକାଟୁ ପୌରପରିଷଦ ର ଦୁଇ ସ୍ବାଧିନ କାଉନସିଲର ଅମୂଲ୍ୟ ସାହୁ ଓ ଗୋପବନ୍ଧୁ ବେହେରା , ବିଜେପି କାଉନସିଲର ଯୁଧିଷ୍ଠିର ଦାଶ ,କଂଗ୍ରେସ କାଉନସିଲର ଙ୍କ ପ୍ରତିନିଧି, ଓ ଅନ୍ୟ ଦୁଇ ସ୍ବାଧିନ କାଉନସିଲର ଙ୍କ ପ୍ରତିନିଧି ସୋମବାର ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ର ବିଭିନ୍ନ ସମସ୍ୟା, ଆନୁସଙ୍ଗିକ ବ୍ୟବସ୍ଥା ବୁଲି ଦେଖିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଅଧ୍ୟକ୍ଷା ଡଃ ପ୍ରତିଭା ପାତ୍ର ଙ୍କ ସହ ଆଲୋଚନା କରିଥୁଲେ। ଏବେ ଖରାଦିନ ସବୁବେଳେ 45 ଡିଗ୍ରୀ ପାଖା ପାଖି ପାରଦ ରହୁଥିବା ବେଳେ ଏକ ମାତ୍ର ଭରସା ହୋଇଥିବା ଥଣ୍ଡା ପାନୀୟ ଜଳ କାମ କରୁ ନଥିବାରୁ ଏହି ଡାକ୍ତର ଖାନା କୁ ଆସୁଥିବା ରୋଗୀ ମାନେ ନାହିଁ ନଥିବାର ଅସୁବିଧାଭୋଗୁଛନ୍ତି lଏପରିକି ବହୁ ହଇରାଣ ହେଉଥିବା ପ୍ରକାଶ କରିଛନ୍ତି।ଚିକିତ୍ସାଳୟରେ ଏକ୍ସରେ ମେସିନ ଅଚଳ,ଲିପ୍ଟ ଅଚଳ କର୍ମଚାରୀଙ୍କ ଠିକ ସମୟରେ ନ ଆସିବା, ଆଲୋକିକରଣ ଯୋଗୁଁ ବିଲ ଵଢୁଥିବା ଯୋଗୁଁ ଲଗାଯାଉନଥିବା ,ଡାକ୍ତର ଅଭାବ, ଡାକ୍ତର ସଵୁବେଳେ ନ ଆସି ଭାଗବାଣ୍ଟି ଆସୁଛନ୍ତି, ଆମ୍ବୁଲାନ୍ସ ସେବା ଅଚଳ, ରୋଗି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ପାଇ ସମାଧାନ ପାଇଁ ଡଃ ପ୍ରତିଭା ପାତ୍ର ଙ୍କ ଆଲୋଚନା କରିଥିଲେ।