ସାମ୍ବାଦିକଙ୍କ ମାତୃ ବିୟୋଗ

add-all

ବ୍ରହ୍ମପୁର : ବରିଷ୍ଠ ସାମ୍ବାଦିକ ତଥା ସକାଳର ସହ ସମ୍ପାଦକ ସୁଜିତ କୁମାର ଦାସଙ୍କ ମାତା ପଦ୍ମନଗର ନିବାସୀ ଇନ୍ଦିରା ଦାସଙ୍କ ଆଜି ନିଜ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ସୁଜିତ୍, ସୁରଜିତ ପ୍ରମୁଖ ଦୁଇ ପୁଅଙ୍କ ସମେତ ବୋହୂ ସସ୍ମିତା, ମାମୁଁ ପ୍ରଦୀପ ଓ ସୂର୍ଯ୍ୟାଂଶୁଙ୍କ ସମେତ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ତାଙ୍କ ବଡପୁଅ ସୁରଜ ଓ ଝିଅ ସଂଗୀତା ଶୀଘ୍ର ପହଂଚିବେ ବୋଲି ଜଣାପଡିଛି। ସ୍ବର୍ଗତା ଇନ୍ଦିରା ସ୍ବର୍ଗତ ଶାନ୍ତିରଂଜନ ଦାସଙ୍କ ଧର୍ମପତ୍ନୀ ଓ ଜଣେ ପରୋପକାରୀ, ଧର୍ମ ପରାୟଣ ଓ ବନ୍ଧୁବତ୍ସଳ ମହିଳା ଥିଲେ। ତାଙ୍କ ମୃତ୍ଯୁରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି। ସକାଳ ବ୍ରହ୍ମପୁର ସଂସ୍କରଣ ମୁଖ୍ୟ ଜଗମୋହନ ମହାପାତ୍ର, ପ୍ରସାର ମୁଖ୍ୟ କହ୍ନାଇ ମହାନ୍ତି ପ୍ରମୁଖ ସ୍ବର୍ଗତ ଇନ୍ଦିରାଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି। ସକାଳ ବ୍ରହ୍ମପୁର ସଂସ୍କରଣର ସମସ୍ତ କର୍ମଚାରୀ, ବ୍ଲକ ରିପୋର୍ଟର ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ad-week
Leave A Reply

Your email address will not be published.