
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଗୋଛାପଡା ଅଞ୍ଚଳରେ ନୂତନ ଭାବେ ଅବସ୍ଥାପିତ ହେଇଥିବା ବିଏସଏଫ କ୍ୟାମ୍ପକୁ କିଛି ଉଚ୍ଚ ପଦସ୍ଥ ଅଧିକାରୀ କ୍ୟାମ୍ପ ପରିଦର୍ଶନ କରିବାକୁ ପହଞ୍ଚିଥିଲେ। ଡିଜି କମାଣ୍ଡ ଅନୁରାଗ ଗାର୍ଗ (ନୟା ରାୟପୁର) ଧନେଶ୍ଵର କୁମାର ଶର୍ମା (ଆଇଜି ଏଫଟିଆର ବିଏସଏଫ ଭୁବନେଶ୍ୱର), ବିପୁଲ ବିର ଗୋଶୈନ୍ ( ଡିଆଇଜି ଏଫଟିଆର ବିଏସଏଫ ଓଡ଼ିଶା) , ରାଜନିଶ କୁମାର ଏବଂ ରବିକାନ୍ତ (କମାଣ୍ଡାଣ୍ଟ ୯୯ ବାଟାଲିୟନ) ପ୍ରମୁଖ ଏହି କ୍ୟାମ୍ପ ପରିଦର୍ଶନ ରେ ଉପସ୍ଥିତ ଥିଲେ। ମାଓ ପ୍ରବଣ ଅଞ୍ଚଳରେ ବିଏସଏଫ ଯବାନ କେମିତି ଆଞ୍ଚଳିକ ସୁରକ୍ଷା ପାଇଁ ପ୍ରସ୍ତୁତି କରିଛନ୍ତି ଏବଂ କିପରି ଭାବେ ଲୋକଙ୍କ ଆସ୍ଥା ଭାଜନ ହୋଇ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ସୁରକ୍ଷା ଦେଇପାରିବେ ସେହି ବିଷୟରେ ଆଲୋଚନା କରିଛନ୍ତି।