ଉତ୍କଳ ବିଶ୍ବବିଦ୍ୟାଳୟ କମ୍ପ୍ୟୁଟର କେନ୍ଦ୍ର ଉଦଘାଟିତ, ଏକାଥରକେ କମ୍ପ୍ୟୁଟର ବ୍ୟବହାର କରିପାରିବେ ୪୮ ଜଣ ଛାତ୍ରଛାତ୍ରୀ

add-all

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ କମ୍ପ୍ୟୁଟର କେନ୍ଦ୍ର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଉଦଘାଟନ କରିଛନ୍ତି। ଏହାସହିତ କମ୍ପ୍ୟୁଟର କେନ୍ଦ୍ରର ଭିଡ଼ିଓ କନଫରେନ୍ସ ରୁମ, କମ୍ପ୍ୟୁଟର ଲାବ, ତଦାରଖ ରୁମ ଏବଂ ଟେକ୍ନିକାଲ ଟିମ କାର୍ଯ୍ୟାଳୟ ମଧ୍ୟ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁଳସଚିବ ଡ. ଅଭୟ କୁମାର ନାୟକ, ଉନ୍ନୟନ ଅଧିକାରୀ ଡ.ମନୋରଞ୍ଜନ ସେନାପତି ଏବଂ କମ୍ପ୍ୟୁଟର କେନ୍ଦ୍ରର ଭାରପ୍ରାପ୍ତ ପ୍ରଫେସର ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ କୁଳସଚିବ ଡ.ଅଭୟ କୁମାର ନାୟକ କମ୍ପ୍ୟୁଟର କେନ୍ଦ୍ର ପରିସରରେ ବୃକ୍ଷରୋପଣ ମଧ୍ୟ କରିଥିଲେ।
ଉତ୍କଳ ବିଶ୍ବବିଦ୍ୟାଳୟର ନୂତନ କମ୍ପ୍ୟୁଟର କେନ୍ଦ୍ରରେ ୪୮ ଜଣ ଛାତ୍ରଛାତ୍ରୀ ଏକା ଥରକେ କମ୍ପ୍ୟୁଟର ବ୍ୟବହାର କରିବାର ସୁଯୋଗ ପାଇପାରିବେ। ଏହାସହିତ ଭିଡ଼ିଓ କନଫରେନ୍ସ ରୁମରେ ହାଇ ସ୍ପିଡ଼ ଇଣ୍ଟରନେଟର ସୁବିଧା ଏବଂ ଗବେଷଣା ସୁବିଧା ଛାତ୍ରଛାତ୍ରୀ ପାଇପାରିବେ ବୋଲି ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.