ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ପାଳିତ

add-all

ଫୁଲବାଣୀ :- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧଠାରେ ପବିତ୍ର ଉତ୍କଳ ଦିବସ ଓ ପ୍ରବେଶ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | ପ୍ରତ୍ୟୁଷରେ ଉତ୍କଳ ରାଜ୍ୟପ୍ରିତି ସଂଗୀତ ଗାନ ପୂର୍ବକ ନଗର ଭ୍ରମଣ କରାଯାଇଥିଲା | ଓଡ଼ିଶାର ବରପୁତ୍ର ମାନଙ୍କ ତୈଳଚିତ୍ରରେ ପୁଷ୍ପମାଳ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଆୟୋଜିତ ସଭାରେ ଓଡ଼ିଶାର ଅତୀତ ଐତିହ୍ୟ ତଥା ଉତ୍କଳ ପ୍ରଦେଶ ଗଠନ ହେବା ଆଭିମୁଖ୍ୟ ବିଷୟରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ କୈଳାଶ ଚନ୍ଦ୍ର ଧଳ ଉଦବୋଧନ ଦେଇଥିଲେ | ଏହି ଅବସରରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବା କାରଣରୁ ସ୍ୱତନ୍ତ୍ର ପୂଜା ପାଠ ସହ ଶିଶୁ ମାନଙ୍କୁ ବନ୍ଦାପନା କରାଯାଇ ସ୍ୱାଗତ କରାଯାଇଥିଲା | ଏହି ପ୍ରବେଶ ଉତ୍ସବରେ ଉପ ସଭାପତିଙ୍କ ଶ୍ରୀ ପ୍ରସନ୍ନ ସାହୁ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇଥିଲା ବେଳେ ସଦସ୍ୟ ସୁଶାନ୍ତ ପାତ୍ର ସମେତ ଆଚାର୍ଯ୍ୟା ସସ୍ମିତା ପଣ୍ଡା, ସରସ୍ବତୀ ନୟାକ, ଜ୍ୟୋତ୍ସ୍ନାରାଣୀ କଁହର, କେତକୀ ନାୟକ, ବନଜା ସାଥୁଆ, ସୁନେଲି ନାୟକ ପ୍ରଭୃତି ଉପସ୍ଥିତ ରହି ନୂତନ ଶିଶୁମାନଙ୍କୁ ସ୍ୱାଗତ କରିଥିଲେ |

ad-week
Leave A Reply

Your email address will not be published.