କାଳ ବୈଶାଖୀର ତାଣ୍ଡବ : ୧୦୦ ଘରର ଛାତ ଉଡିଗଲା, ଗଛ ପଡି ରାସ୍ତା ଅବରୋଧ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ପଦ୍ମଗିରି ପଂଚାୟତ ଅଂଚଳରେ ଆଜି କାଳ ବୈଶାଖୀରେ ବହୁ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛିା ଆଜି ପଦ୍ମଗିରି ପଂଚାୟତ ଅଂଚଳରେ କାଳ ବୈଶାଖୀ ହେବା ଫଳରେ ଅନେକ ଟିଣ ଘରର ଛପର ଉଡି ଯାଇଥିବା ଦେଖିବାକୁ ମିଳିଛିା ଏଥିସହ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଗୁଡିକ ପଡି ଯିବାରୁ ବହୁ ସ୍ଥାନରେ ରାସ୍ତା ଅବରୋଧ ହୋଇ ଯାଇଛିା ଫଳରେ ଜାତାୟତ ବାଧାପ୍ରାପ୍ତ ହୋଇଛିା ସେହିପରି ବିଦ୍ୟୁତ୍ ସରବହାର ମଧ୍ୟ ବନ୍ଦ ହୋଇଜିବାରୁ ପଦ୍ମଗିରି ପଂଚାୟତ ଅନ୍ଧାରରେ ଥିବା ଜଣାପଡିଛିା ତେବେ ଯେଉଁ ସମୟ ପର୍ଯ୍ୟନ୍ତ ରାସ୍ତାରେ ଥିବା ଗଛ ଗୁଡିକ ହଟା ନଯାଏ ସେହି ସମୟ ଜାନବାହାନ ବନ୍ଦ ରହିବା ସହ ବିଦ୍ୟୁତ୍ ବିଭାଗ ତରଫରୁ ମରାମତି ଶେଷ ହେବା ପର୍ଯ୍ୟାନ୍ତ ସରବରାହ ମଧ୍ୟ ବନ୍ଦ ରହିବା ଅନ୍ୟ ପକ୍ଷରେ ପ୍ରଶାସନ ତରଫରୁ ଆସନ୍ତା କାଲି ଆକଳନ କରିବା ନିମନ୍ତେ ମାଲକାନଗିରି ତହସିଲ କାର୍ଯ୍ୟାଳୟ ଓ ପଦ୍ମଗିରି ରାଜସ୍ୱ ନିରୀକ୍ଷକଙ୍କ ତରଫରୁ ସମସ୍ତ ଅଂଚଳ ବୁଲି ଆକଳନ କରିବେ ବୋଲି ପ୍ରଶାସନ ସୁତ୍ରରୁ ପ୍ରକାଶ

ad-week
Leave A Reply

Your email address will not be published.