ଡ଼ଃ ନୃସିଂହାନନ୍ଦ ପାଇଲେ ସଙ୍ଗମ ସାହିତ୍ୟ ରତ୍ନ ସମ୍ମାନ

add-all

ଫୁଲବାଣୀ : କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ପୁରୀ ଜିଲ୍ଲାର ନିମାପଡାରୁ ସଙ୍ଗମ ସାହିତ୍ୟ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଅକ୍ଷୟ ତୃତୀୟା ଉତ୍ସବ ପାଳନ ଅବସରରେ ସଙ୍ଗମ ସାହିତ୍ୟରତ୍ନ ସମ୍ମାନ ପ୍ରଦାନ କରାଯାଇଛି l ଡ଼ଃ ମହାପାତ୍ରଙ୍କୁ ଉପସ୍ଥିତ ଅତିଥିମାନେ ଉପଢୌକନ, ସମ୍ମାନଫଳକ, ପୁଷ୍ପଗୁଛ ଆଦି ପ୍ରଦାନ କରି ସମ୍ମାନିତ କରିଥିଲେ l ରାଜ୍ୟସ୍ତରୀୟ କବି ସମ୍ମିଳନୀ, ପାରମ୍ପରିକ ସଂସ୍କୃତି ସମ୍ପର୍ଣ୍ଣ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ ଉତ୍କଳର ଅକ୍ଷୟ ତୃତୀୟାକୁ ଭିନ୍ନ ଢଙ୍ଗରେ ପାଳନ କର ଯାଇଥିଲା l ଗଙ୍ଗାଧର ଓଝାଙ୍କ ସଭାପତିତ୍ୱରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଶିଷ୍ଟ ସାହିତ୍ୟିକ ପ୍ରସନ୍ନ ପାଟଶାଣୀ, ବ୍ୟଙ୍ଗ କବି ଶ୍ରୀଯୁକ୍ତ ସତ୍ୟାନାଶ, ସମ୍ପଦ ରଥ, କବି ନାରାୟଣ ମୁଦୁଲି, କୋଣାର୍କର ରେଡ଼ିଓ ନମସ୍କାରର ନିର୍ଦେଶକ ସମେତ ନିମାପଡା ଅଂଚଳର ରାଜନେତା ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସରସ କରିଥିଲେ lଡ଼ଃ ମହାପାତ୍ର ଓଡ଼ିଶାର ଜଣେ ମୁଧନ୍ୟ ପ୍ରତିଭା l ସେ ବହୁ ପୁରସ୍କାରରେ ସମ୍ମାନିତ l ଫୁଲବାଣୀ ଆଇ ଟି ଆଇ ର ସେ ତାଲିମପ୍ରାପ୍ତ ଅଧିକାରୀ ଥିଲା ବେଳେ ବହୁ ଅନୁଷ୍ଠାନ ସହ ସାଙ୍ଗଠନିକ ପଦରେ ରହିଛନ୍ତି l କମଳା ପ୍ରକାଶନୀ ନାମରେ ଏକ ପ୍ରକାଶନୀ ଖୋଲି 22ରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ କରିଛନ୍ତି l କନ୍ଧମାଳର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l

ad-week
Leave A Reply

Your email address will not be published.