ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖା ତରଫରୁ ସ୍ଵାଭିମାନ ଦିବସ ପାଳିତ

add-all

ମାଲକାନଗିରି (୨୮/୪) : ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖା ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୁଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ସ୍ଥାନୀୟ ସର୍କିଟ୍ ହାଉସରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଶାଖାର ସଭାପତି ଡଃ ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିଥିବାବେଳେ ରେଞ୍ଜ ଅଫିସର ଜଗନ୍ନାଥ ବିଶୋୟୀ ମୁଖ୍ୟଅତିଥି, ସାହିତ୍ୟିକ; ଗାଳ୍ପିକ ତଥା ଉପ ନିର୍ଦ୍ଦେଶକ; ଯୋଜନା ବିଭାଗ ଗୋଲକ ଚନ୍ଦ୍ର ଦଳାଇ ମୁଖ୍ୟବକ୍ତା ଓ ଅବସରପ୍ରାପ୍ତ ଏ.ବି.ଇ.ଓ ତଥା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ସଭାପତି ରବୀଦ୍ର କୁମାର ମହାରଣା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉତ୍କଳ ସମ୍ମିଳନୀର ସଭାପତି ଡଃ ରଞ୍ଜନ କୁମାର ସ୍ଵାଇଁ; ଜିଲ୍ଲା ପ୍ରକଳ୍ପ ସଂଯୋଜକ ମାନସ କୁମାର ଜେନା; ଉପନିର୍ଦ୍ଦେଶକ ଗୋଲକ ଚନ୍ଦ୍ର ଦଳାଇ ପ୍ରମୁଖ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଉକ୍ତ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ହରେକୃଷ୍ଣ କୀର୍ତନୀୟା ଓ ସରୋଜ ପଟ୍ଟନାୟକ,କାମେଶ୍ଵର ପ୍ରଧାନ, ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ, ପ୍ରମୋଦ ସେନାପତି, ସାମ୍ବାଦିକ ରତ୍ନାକର ଦାଶ ଏବଂ ଜ୍ଞାନଚାନ୍ଦ ଜଗନ୍ନାଥ ପ୍ରମୁଖ ଯୋଗଦାନ କରିଥିଲେ।

ad-week
Leave A Reply

Your email address will not be published.