ଅଭିନବ ଉପାୟ ରେ କ୍ଷୀର ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ…

add-all

ମାଲକାନଗିରି : କ୍ଷୀର ଗାଡିରେ ଗଞ୍ଜେଇ ଚୋରାଚାଲାଣ।
ଗଞ୍ଜେଇ ମାଫିଆ ମାନେ ଗଞ୍ଜେଇ ଚୋରାଚାଲାଣ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇ ଥାନ୍ତି । କିନ୍ତୁ ଖିର ଗାଡିରେ ଗଞ୍ଜେଇ ଚୋରାଚାଲାଣ ଘଟଣା ପ୍ରଥମ ଥର ନଜରକୁ ଆସିଛି । ସୁଚନା ଅନୁଯାଇ ଗତକାଲି ରାତିରେ ଅବକାରି ବିଭାଗ ପକ୍ଷରୁ କାଲିମେଳା ଭେଜାଙ୍ଗବେଡା ରାସ୍ତାରେ ଗାଡି ଜାଞ୍ଚ କରୁଥିବା ସମୟରେ ମହାରାଷ୍ଟ୍ର ନମ୍ବର ପ୍ଲେଟ୍ ଲଗାଇ ଏକ ଖିର ଗାଡି ସେହି ରାସ୍ତାରେ ଆସୁଥିଲା। ଓଡିଶାରେ ମହାରାଷ୍ଟ୍ର ଖିରଗାଡି ଦେଖି ସନ୍ଦେହ କରିଥିଲେ ଅବକାରି ବିଭାଗର କର୍ମଚାରୀ । ପରେ ଗାଡିକୁ ଯାଞ୍ଚ କରିବାରୁ ଜଣାପଡିଥିଲା ଗାଡିରେ ଗଞ୍ଜେଇ ଅଛି । MH17 BY 8898 ଗାଡି ନମ୍ବର ର ଏକ ପିକପ୍ ଭ୍ୟନ୍ କୁ ଖିର ସପ୍ଲାଇ ଗାଡି କୁ ଜବତ୍ କରିଛନ୍ତି ମାଲକାନଗିରି କାଲିମେଳା ରେଞ୍ଜର ଅବକାରି ପୋଲିସ। ଏହି ଗାଡିରୁ ୧୦୦ କେଜି ଗଞ୍ଜେଇ ଜବତ୍ କରିବା ସହ ଜଣକୁ ଗିରଫ କରିଛି ଅବକାରି ବିଭାଗ। ବଜାରରେ ଗଞ୍ଜେଇର ଆନୁମାନିକ ମୁଖ୍ଯ ୧୦ଲକ୍ଷ ଟଙ୍କା ହବ କହିଛନ୍ତି ଅବକାରି ଅଧକ୍ଷ । ମାଲକାନଗିରି ଜିଲ୍ଲାରେ ପୁର୍ବରୁ ତେଲ ଟେଙ୍କର, ନଡିଆ ଗାଡି ଓ ଟଲର୍ ଭଳି ଗାଡିରେ ଗଞ୍ଜେଇ ଜିବା ନଜରରେ ଅଛି ।

ad-week
Leave A Reply

Your email address will not be published.