
ଫୁଲବାଣୀ -ଆସନ୍ତା ସେପ୍ଟେମ୍ବର ମାସରେ ଫୁଲବାଣୀ ସରକାରୀ ମହାବିଦ୍ୟଳୟକୁ ପୁଣି ଅଟୋନୋମସ ମାନ୍ୟତା ଦେବା ଲାଗି ନାକ ଟିମ ଗସ୍ତରେ ଆସିବେ l ଫଳରେ ମହାବିଦ୍ୟାଳୟ ରେ ବର୍ତମାନର ଅସୁବିଧା ଦୂର କରି ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ ଆଉ ନାକ ଟିମ ଖୁସିବ୍ୟକ୍ତ କରି ସପକ୍ଷରେ ରିପୋର୍ଟ ପ୍ରଦାନ କରିବେ ସେନେଇ ଗୁରୁବାର ଉପଜିଲ୍ଲାପାଳ ଶେଷଦେଵ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଲେଜ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ତୀର୍ଥ ଯାନୀ, ଆଲୁମିନି ସଭାପତି ରାଜ କିଶୋର ବେହେରା, ସମ୍ପାଦକ ପ୍ରସନ୍ନ ପଟ୍ଟନାୟକ , ସଦସ୍ୟ ତଥା ପୂର୍ବତନ ପୌର ଅଧ୍ୟକ୍ଷ ପ୍ରତାପ ପାତ୍ର, ସିଟୀଜେନ ଫୋରମ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା, ପ୍ରେସକ୍ଲବ ସଭାପତି ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ , ଆଇନଜୀବୀ ବିଜୟ ପଟ୍ଟନାୟକ , ପି ଡବ୍ଲୁ ଡ଼ି ସହକାରୀ ଯନ୍ତ୍ରୀ, ପିଏଚଇ ଡି ଏସ ଇ. ଇଂ ପ୍ରଶାନ୍ତ ଦାସ, ପୌର ଅଧିକାରୀ ବଳଦେବ ବେହେରା
ଅବସରପ୍ରାପ୍ତ ପ୍ରଶାସନିକ
ଅଧିକାରୀ ବଳ ଦେବ ବେହେରା ପ୍ରମୁଖ ଯୋଗ ଦେଈ ଅଧ୍ୟାପକ,ଅଧ୍ୟାପିକା, ଆଲୁମିନିସଦସ୍ୟ, ଜିଲ୍ଲା ପ୍ରଶାସନର ଆନ୍ତରିକ ସହଯୋଗ ରହିଲେ କଲେଜର ମରାମତି ଓ ରଙ୍ଗ କାର୍ଯ୍ୟ, ଟଏଲେଟ, ପାଣି, ବଗିଚା, ସାଙ୍ଗକୁ ଇ ଲାଇବ୍ରେରୀ, ଅଡ଼ିଟରିୟମ କାର୍ଯ୍ୟ ହୋଇପାରିବ ତେବେ ଏଥିପାଇଁ ଅର୍ଥ ର ଆବଶ୍ୟକତା ରହିଛି ଏଣୁ ରାଜ୍ୟ ସରକାର ଏଥି ପାଇଁ ତୁରନ୍ତ ଅର୍ଥ ଅନୁଦାନ ଯୋଗାଇ ଦେବାଲାଗି ମତ ଦେଇଥିଲେ lସେହିପରି ସାଂସଦ ଓ ବିଧାୟକ ଙ୍କସହ ଆଲୋଚନା କରି
ସେମାନଙ୍କ ହାତ ପାଣ୍ଠି ରୁ ଅର୍ଥ ଅନୁଦାନ ଆଣିଲେ କିଛି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିବ ବୋଲି ଆହୁରି କହିଥିଲେ l
ପୂର୍ବରୁ ଦାଇତ୍ୱରେ ଥିବା ଅଧ୍ୟକ୍ଷ ମାନଙ୍କ ଅବହେଳା, ଦୁରଦୃଷ୍ଟିର ଅଭାବ ଯୋଗୁଁ ଦୀର୍ଘ ବର୍ଷ ହେଲା ମରାମତି ନ ହେବା ଫଳରେ କଲେଜ ଅବସ୍ଥା ଶୋଚନୀୟ ହୋଇପଡିଛି କହିଲେ ଚଳେ l ସେହିପରି ପୂର୍ବରୁ କଲେଜକୁ ଅଟୋନୋମସ ମାନ୍ୟତା ପାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଠିକ ଭାବେ ଆବଶ୍ୟକ କାଗଜ ପତ୍ର ଦାଖଲ ନକରିପାରିବା ଫଳରେ ଅଟୋନୋମସ ମାନ୍ୟତା କଟିଯାଇଥିଲା lଏବେ ପୁରାତନ ଛାତ୍ର ସଙ୍ଘ, ବୁଦ୍ଧିଜୀବୀ, ଆଇନଜୀବୀ ଓ ବିଭିନ୍ନ ସଂଗଠନ ଗୁଡିକର ଲଗାତାର ଦାବି ଫଳରେ ଏବେ ପୁଣି ଥରେ ପକ୍ରିୟା ଆରମ୍ଭ ହୋଇଛି l
ଅଧ୍ୟକ୍ଷ ପଞ୍ଚାନନ ବେହେରା ସ୍ଵାଗତ ଭାଷଣ ଦେବା ସହ ସୁନ୍ଦର ଭାବେ ପରିଚାଳନା କରିଥିଲେ lଏହି ଆଲୋଚନାରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ, ଓ ଛାତ୍ର ସଂଗଠନ କର୍ମକର୍ତ୍ତା ଉପସ୍ଥିତ ଥିଲେ l