ଆସନ୍ତା ୭ରେ ରୋଟାରୀ କ୍ଲବ ପକ୍ଷରୁ ସ୍ବେଛାକୃତ ରକ୍ତ ଦାନ ଶିବିର

add-all

ଫୁଲବାଣୀ : ଆସନ୍ତା ୭/୫/୨୦୨୩ ରବିବାର ସକାଳ ୮ଟା୩୦ ସମୟରେ ନାରାୟଣୀ ରୋଡରେ ଅବସ୍ଥିତ ରୋଟାରୀ ସେବା ସଦନଠାରେ ବ୍ଲଡ଼ ବ୍ୟାଙ୍କ ସହଯୋଗରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଗତକାଲି ମଙ୍ଗଳବାର ଅନୁଷ୍ଠିତ ସଭାରେ ସଭାପତି ହରିଶ୍ଚନ୍ଦ୍ର ମହାରଣାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବରିଷ୍ଠ ରୋଟାରୀଆନ ତଥା ପ୍ରତିଷ୍ଠାତା ସଦସ୍ୟ, ବୁଦ୍ଧିଜୀବୀ ପ୍ରଶାନ୍ତ ପାଣିଗ୍ରାହୀ, ବରିଷ୍ଠ ସଦସ୍ୟତଥା ପ୍ରତିଷ୍ଠାତା ରବିନାରାୟଣ ସୁବୁଧି. ପଦ୍ମଚରଣ ସ୍ୱାଇଁ, ଶ୍ରୀମତୀ ବିରାଜିନୀ ମହାପାତ୍ର, ସୁନୀତି ଆଚା ରି, ରୋଟାରିଆନ ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ବାବି ପଣ୍ଡା ପ୍ରମୁଖ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ଏହି ଅବସରରେ ବିଦେଶ ଗସ୍ତରୁ ଫେରିଥିବା ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ପ୍ରଶାନ୍ତ ପାଣିଗ୍ରାହୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l
ସମସ୍ତ ରୋଟାରିଆନ ବନ୍ଧୁଙ୍କୁ ବିଶେଷ ଅନୁରୋଧ ସମସ୍ତେ ଠିକ୍ 8:30 ସମୟରେ ଆସି ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିବେ l ବିଶେଷ ଅନୁରୋଧ ନିଜେ ରକ୍ତ ଦାନ କରିବା ସହ ନିଜ ସମ୍ପର୍କୀୟ ଓ ବନ୍ଧୁ ମାନଙ୍କୁ ସଚେତନ କରି ରକ୍ତ ଦାନ ଶିବିରରେ ସାମିଲ କରିବା ଲାଗି ସଭାପତି ହରିଶ୍ଚନ୍ଦ୍ର ମହାରଣା ପରାମର୍ଶ ଦେଇଛନ୍ତି l

ad-week
Leave A Reply

Your email address will not be published.