ଲାଞ୍ଜିପଲ୍ଲୀର ଅଧିଷ୍ଠାତ୍ରୀ ଦେବୀ ପ୍ରସିଦ୍ଧ ମାଁ ତରାଦେବୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା

add-all

ବ୍ରହ୍ମପୁର : ସୋମବାର ମଧ୍ୟରାତ୍ରୀରେ ଲାଞ୍ଜିପଲ୍ଲୀ ର ଅଧିଷ୍ଠାତ୍ରୀ ଦେବୀ ପ୍ରସିଦ୍ଧ ମାଁ ତରାଦେବୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରା, ଆରମ୍ଭ ହୋଇଯାଇଛି। ମଧ୍ୟ ରାତ୍ରିରେ ଅସ୍ଥାୟୀ ମଣ୍ଡପ ନିକଟରେ ଥିବା ଦେଶିବେହେରା କୁନା ସାବତଙ୍କ ଘରୁ ମାଁ ଙ୍କୁ ନିମନ୍ତ୍ରଣ ନିମନ୍ତେ ବିରାଟ ପଟୁଆରରେ ମୁଖ୍ୟ ମନ୍ଦିର କୁ ନିଆଯାଇଥିଲା ।

ମାଁ ବାପ ଘରକୁ ଆସିବା ପାଇଁ ପୂଜାର୍ଚ୍ଚନା କରାଯାଇଥିଲା। ରହିଏଥିପାଇଁ ଚଳଚଂଚଳ ରହିଥିବା ଲାଞ୍ଜିପଲ୍ଲୀ ଅଞ୍ଚଳ। ମାଁ ଙ୍କ ଆଜ୍ଞାମାଳ ପାଇବା ପରେ ମାଁ ଙ୍କୁ ନେଇ ଅସ୍ଥାୟୀ ମଣ୍ଡପରେ ବିଜେ କରାଇଥିଲେ ବାପ ଦେଶିବେହେରା କୁନା ସାବତ।ମେ ମାସ ୮ ତାରିଖରୁ ଏହି ଯାତ୍ରା ଆରମ୍ଭ ହୋଇ ମେ୨୯ତାରିଖ ପର୍ଯ୍ୟନ୍ତ ଚାଲିବ।୨୯ତାରିଖ ମଧ୍ୟରାତ୍ରୀରେ ମାଁ ନିଜ ମନ୍ଦିରକୁ ଫେରିବେ ବୋଲି ପୂଜା କମିଟିର ଆୟୋଜକ ତଥା ସଭାପତି ଭାଗବତ। ପ୍ରସାଦ ସିଙ୍ଗ ଦେଓ ସୂଚନା ଦେଇଛନ୍ତି। ଆଗାମୀ ଦିନରେ ସାହି ଗଳିରେ ଆକର୍ଷଣୀୟ ରଥ ସହ କାଳକୁଞ୍ଜ ମାନ ନିର୍ମାଣ ହେବ ଯାହାକି ମନ ମୋହିବ ଦର୍ଶକଙ୍କ। ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ମାଁ ବିଶ୍ରାମ ନେବା ପରେ ୧୨ତାରିଖରୁ ଘଟପରିକ୍ରମା ଆରମ୍ଭ ହେବ। ଏଥିପାଇଁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ସମ୍ପାଦକ ହୃଷିକେଶ ପାତ୍ର ଏବଂ ଉପଦେଷ୍ଟା ଜଗନ୍ନାଥ ସାବତ କହିଛନ୍ତି।୧୯୭୯ମସିହା ଠାରୁ ଲାଞ୍ଜିପଲ୍ଲୀ ର ପ୍ରସିଦ୍ଧ ମାଁ ତାରା ଦେବୀଙ୍କ ଯାତ୍ରା ହୋଇ ଆସୁଛି।ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳା ଏବଂ ଧୁମଧାମରେ ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.