ବ୍ରହ୍ମପୁର ରକ୍ତଭଣ୍ଡାରକୁ ମୋବାଇଲ ଭ୍ୟାନ ପ୍ରଦାନ କଲା ଆଇସିଆଇସିଆଇ ବ୍ୟାଙ୍କ

add-all

ବ୍ରହ୍ମପୁର : ଆଇ ସି ଆଇ ବ୍ୟାଙ୍କ ପକ୍ଷରୁ ରକ୍ତ  ସଂଗ୍ରହ କରିବା ପାଇଁ  ଏକ ମୋବାଇଲ ଭ୍ୟାନ   ଏମକେସିଜି ମେଡ଼ିକାଲ କୁ ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା  ପିଡ଼ି ଡିଆରଡିଏ ଭି. କୀର୍ତ୍ତି ଭାସନ ଯୋଗଦେଇ ଏହାର ଶୁଭାରମ୍ଭବ କରିଥିଲେ।ସଂମ୍ମାନୀତ ଅତିଥିଭାବେ ବ୍ରହ୍ମପୁର  ଉପଜିଲ୍ଲାପାଳ ଆଶୁତୋଷ କୂଳକାର୍ଣ୍ଣି, ମେଡ଼ିକାଲ ଅଧକ୍ଷ  ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର, ଅଧିକ୍ଷକ ପ୍ରଫେସର ଡା. ସୁଚିତ୍ରା ଦାସ, ରେଜିଷ୍ଟ୍ରର ସଂଗ୍ରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ଏହି ମୋବାଇଲ ଭ୍ୟାନ ବିଭିନ୍ନ ଅଂଚଳରେ ଆୟୋଜିତ ବ୍ଲଡ଼ କ୍ୟାମ୍ପ ରେ ରକ୍ତ ସଂଗୃହୀତ ନିମନ୍ତେ ସହାୟକ ହେବଏବଂ ରକ୍ତ ଭଣ୍ଡାରରେ ଦେଖା ଯାଉଥିବା ସମସ୍ୟା କେତେ ମାତ୍ରାରେ ଦୂର ହେବ ବୋଲି ବୋଲି ଅଧିକ୍ଷକ ପ୍ରଫେସର ଡା. ସୁଚିତ୍ରା ଦାସ ସୂଚନା ଦେଇଛନ୍ତି।ଏହି ଅବସରରେ ଆଇ ସିଆଇ ବ୍ୟାଙ୍କର ବହୁ ଅଧିକାରୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.