ଶିକ୍ଷକ ସଂଘ ଉପସଭାପତି ଶ୍ରୀ ରଞ୍ଜିତ ନାୟକ ଙ୍କୁ ଜିଲ୍ଲା ଶିକ୍ଷକ ସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା…

add-all

ମାଲକାନଗିରି, ତା: ୧୦/୫/୨୩, ଆଜି ମାଲକାନଗିରି ଜିଲ୍ଲା ସ୍ଥିତ ମୁଖ୍ୟ ବସଷ୍ଟାଣ୍ଡ ଠାରେ ନବ ନିର୍ବାଚିତ ରାଜ୍ୟ ଶିକ୍ଷକ ସଂଘ ଉପସଭାପତି ଶ୍ରୀ ରଞ୍ଜିତ ନାୟକ ଙ୍କୁ ଜିଲ୍ଲା ଶିକ୍ଷକ ସଂଘ ତରଫରୁ ଫୁଲ ତୋଡ଼ା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରା ଯାଇଛି l ପୂର୍ବରୁ ଲଗାତାର ୭ ବର୍ଷ ଧରି ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘ ର ସଭାପତିତ୍ୱ କରିବା ପରେ ବର୍ତ୍ତମାନ ଶ୍ରୀ ନାୟକ ବର୍ତ୍ତମାନ ରାଜ୍ୟ ଶିକ୍ଷକ ସଂଘ ର କାର୍ଯ୍ୟଭାର ନିଜ ହାତକୁ ନେଇଛନ୍ତି l ଗତ ରବିବାର ଦିନ ରାଜଧାନୀ ଭୁବନେଶ୍ୱର ଠାରେ ଏହି ରାଜ୍ୟ ସଂଘ ନିର୍ବାଚନ ପକ୍ରିୟା କରା ଯାଇଥିଲା l ଯେଉଁଥିରେ ରାଜ୍ୟ ସଂଘର ଉପସଭାପତି ଶ୍ରୀ ରଞ୍ଜିତ ନାୟକ ନୂତନ ଭାବରେ ନିର୍ବାଚିତ ହୋଇ ଥିଲେ l ଏହି ସଫଳତା ପରେ ଜିଲ୍ଲା ଶିକ୍ଷକ ମାନଙ୍କ ମଧ୍ୟରେ ଏକ ଖୁସିର ମାହୋଲ ଦେଖିବାକୁ ମିଳିଛି l ଏହି ସ୍ୱାଗତ ସମ୍ବର୍ଦ୍ଧନା ରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଶ୍ରୀ ତାରେକ ମଣ୍ଡଳ, ଶ୍ରୀଧର ସାହୁ, କଳ୍ପତରୁ ନାୟକ, ପ୍ରଶାନ୍ତ ବେହେରା, ଚିତ୍ତରଞ୍ଜନ ସରକାର, ମନୋରଞ୍ଜନ ବେହେରା, ମଙ୍ଗଳା ଜେନା, ପିଣ୍ଟୁ ପାଢ଼ୀ, ମନୋରଞ୍ଜନ ସେଠୀ, ବସନ୍ତ ପାତ୍ର, ପ୍ରମୋଦ ପଣ୍ଡା ଆଶୁତୋଷ ବିଶ୍ୱାସ, ତରୁଣ ଦେ, ସୁରନ୍ଦ୍ର ମହାରଣା, ପ୍ରଶନ୍ନ ବାରିକ, ସିମାଞ୍ଚଳ ଭୂୟାଁ, ଜଗନ୍ନାଥ ରାଉତ, ଅନିଲ ନାୟକ ଯୋଗ ଦେଇ ଥିଲେ l ଆଗାମୀ ଦିନରେ ରାଜ୍ୟ ର ସମସ୍ତ ଶିକ୍ଷକଙ୍କ କାର୍ଯ୍ୟ ସମ୍ବନ୍ଧୀୟ ସୁବିଧା ଅସୁବିଧା ଉପରେ ବିଶେଷ ଧ୍ୟାନ ଦେବେ ବୋଲି ଶ୍ରୀ ରଞ୍ଜିତ କହିଛନ୍ତି l

ad-week
Leave A Reply

Your email address will not be published.